July 6, 2025
Home » ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ର ସମୀକ୍ଷା ବୈଠକ ଅନୁଷ୍ଠିତ

0
WhatsApp Image 2025-03-11 at 10.38.51 PM (1)

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁମୋଦନରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ମଞ୍ଚାସୀନ ହେଇଥିଲେ। ଉକ୍ତ ବୈଠକରେ ଜିଲ୍ଲା ତଥା ବ୍ଳକ୍ କଳା ସଂସ୍କୃତି ସଂଘ ଅଧିକ ସକ୍ରିୟ ଓ ତ୍ଵରାନିତ କରିବା ପାଈଁ ଆଲୋଚନା ହୋଇଥିଲା। ଉପସ୍ଥିତ ଉପ ସଭାପତି ନିଜ ନିଜ ନିଜ ଅଞ୍ଚଳର ସମସ୍ୟା ଗୁଡ଼ିକ ଉପସ୍ଥାପନ କରିଥିଲେ । ଏହା ସହ ସମସ୍ତ ପଞ୍ଜୀକୃତ ଲୋକକଳା ଙ୍କୁ କେମିତି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ଏଥିପାଇଁ ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସମସ୍ୟାକୁ ଶୁଣିବା ପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ସମୟରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, ରାୟଗଡ଼ା ବ୍ଳକ୍ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି,ରାୟଗଡ଼ା ନଗରରୁ ଜେ ସୁକାନ୍ତ, କାଶିପୁର ବ୍ଲକ ଉପ ସଭାପତି କୃଷ୍ଣ ଚନ୍ଦ୍ର ପୂଜାରୀ, ବିଷମକଟକ ବ୍ଲକ୍ ଉପ ସଭାପତି ମଧୁସୂଦନ ମହାପାତ୍ର, ଗୁଣପୁର ବ୍ଳକ୍ ଉପ ସଭାପତି ଅଗନ୍ତି ଶବର ,ଗୁଣପୁର ନଗରରୁ ସୋମନାଥ ପାଣି, ରାମନାଗୁଡ଼ା ବ୍ଳକ୍ ଉପ ସଭାପତି ରମେଶ ଶବର, ମୁନିଗୁଡା ବ୍ଲକ୍ ଉପ ସଭାପତି ଲକ୍ଷ୍ମୀକାନ୍ତ ନାୟକ, କୋଲନରା ବ୍ଳକ୍ ଉପ ସଭାପତି ତ୍ରିପତି କଣ୍ଟାବଂଶ, ପଦ୍ମପୁର ବ୍ଲକ୍ ଉପ ସଭାପତି ଶ୍ୟାମ ସୁନ୍ଦର୍ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *