October 23, 2025
Home » ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

0
WhatsApp Image 2025-10-11 at 5.27.25 PM

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଅଞ୍ଜଳୀନା ପ୍ରଧାନ, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ତଥା ଡେପୁଟି କଲେକ୍ଟର, ସୋନପୁର, ସତ୍ୟ ସୁନ୍ଦର ରାଉତ, ଉପ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ରେଣୁକା ସୁନା, ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବା ସୋନପୁର ଜିଲ୍ଲାର ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ସୁକନ୍ୟା ସନ୍ତାନ ସୁଶ୍ରୀ ସ୍ମୃତିଶିଖା ଭୋଇ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁପମା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ବର୍ତ୍ତମାନର ପରିପ୍ରେକ୍ଷୀରେ ସମାଜରେ ଓ ପରିବାରରେ କନ୍ୟା ସନ୍ତାନଙ୍କ ପ୍ରତି ଆଦର ସମ୍ମାନ ଦେବା, ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ ଥିବା ଭେଦଭାବ କୁ ଦୂର କରିବା ସହିତ ସୁରକ୍ଷା ପ୍ରଦାନ କରିବା ପାଇଁ ଗୁରୁତ୍ତ୍ଵ ଦେବାର ନିହାତି ଆବଶ୍ୟକତା ରହିଛି ବୋଲି ସଭାପତି ଓ ଅନ୍ୟ ଅତିଥି ମାନେ ସେମାନଙ୍କର ଅଭିଭାଷଣ ରେ ବ୍ୟକ୍ତ କରିଥିଲେ। ଆଜି ଦିବସର ଆକର୍ଷଣ ତଥା କନ୍ୟା ସନ୍ତାନ ମାନଙ୍କ ଜ୍ୱଳନ୍ତ ଉଦାହରଣ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ଗର୍ବ ଓ ଗୌରବ ( ଦୃଷ୍ଟିବାଧିତ) ଦିବ୍ୟାଙ୍ଗ କନ୍ୟା ସୁଶ୍ରୀ ସ୍ମୃତି ଶିଖା ଭୋଇ ତାଙ୍କର ପାଠ ପଢା ସମୟରେ ଓ ଓଡ଼ିଶା ପ୍ରଶାସନିକ ପରୀକ୍ଷା ଦେଉଥିବା ସମୟରେ ସମ୍ମୁଖୀନ ହୋଇଥିବା ବାଧା, ଅସୁବିଧା ଓ ସମସ୍ୟା ସତ୍ତ୍ୱେ ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ସେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଇଥିବା କୃତିତ୍ଵର ଅନୁଭୁତି ବିଷୟରେ ଉପସ୍ଥିତ ଶିଶୁ କନ୍ୟାମାନଙ୍କୁ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରି କହିଥିଲେ, ଆପଣ ମାନଙ୍କ ପାଖରେ କୌଣସି ଭିନ୍ନକ୍ଷମତା ବା ଅଭାବ ନାହିଁ , ତେଣୁ, ସମସ୍ତ ଶିଶୁ କନ୍ୟାମାନେ କଠିନ ପରିଶ୍ରମ କରି ପାଠ ପଢି ନିଜର ଲକ୍ଷ୍ୟ ହାସଲ କରିପାରିବେ। ଏହି ଦିବସ ପାଳନ ଉପଲକ୍ଷେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ କୁଇଜ୍ ପ୍ରତିଯୋଗୀତା, ପ୍ରବନ୍ଧ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଦିବସରେ ଅନେକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ବୃନ୍ଦ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ଜିଲ୍ଲାର ସମସ୍ତ ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକର ପରିଦର୍ଶିକା , ଅଙ୍ଗନୱାଡ଼ି କର୍ମୀବୃନ୍ଦ, ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଦିବସରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜ୍ଜୁନ ମାଝୀଙ୍କ ସମେତ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *