November 13, 2025
Home » ଜିଲ୍ଲା ସ୍ତରୀୟ ଖୋ-ଖୋ/କବାଡି ଚମ୍ପିୟନସିପ ଉଦଘାଟିତ

ଜିଲ୍ଲା ସ୍ତରୀୟ ଖୋ-ଖୋ/କବାଡି ଚମ୍ପିୟନସିପ ଉଦଘାଟିତ

0
WhatsApp Image 2025-09-19 at 5.30.03 PM

ସୁବର୍ଣ୍ଣପୁର: ପିଏମ୍ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ,ଡୁଙ୍ଗୁରିପାଲି ଖେଳ ପଡ଼ିଆରେ ଜିଲ୍ଲାସ୍ତରୀୟ ୧୪ ବର୍ଷ ଓ ୧୭ ବର୍ଷ ରୁ କମ୍ ବାଳକ/ ବାଳିକା ବିଭାଗର ଖୋ-ଖୋ/ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ୧୪ ବର୍ଷରୁ କମ୍ ବାଳିକା ତଥା ବାଳକ ବିଭାଗର ୬ ଟି ବ୍ଲକ ରୁ ଆସିଥିବା ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ସମାରୋହରେ ଲୋକସଭା ସଦସ୍ୟା ଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପିମ୍ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ଭୋଇ ,ସରପଞ୍ଚ ଶ୍ରୀମତୀ ବିନ୍ଦୁ କୁମ୍ଭକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଖେଳ ଶିକ୍ଷକ ସଞ୍ଜୀବ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀ ଚକାନୟନ ମେହେର ଅତିଥି ପରିଚୟ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ବାବୁଲାଲ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଖେଳ ସଂକ୍ରାନ୍ତୀୟ ରିପୋର୍ଟ୍ ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡାର ମହତ୍ତ୍ଵ ଓ ଉପଯୋଗୀତା ଉପରେ ଉଦବୋଧନ ଦେଲେ।ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ନନ୍ଦିନୀ ମାହାଣା ,ଚୌଧୁରୀ ବିଭାର ,ସଞ୍ଜୟ କୁମାର ପଧାନ ,ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କ୍ରୀଡା ଶିକ୍ଷକ ଜୟନାରାୟଣ ମିଶ୍ର,ପ୍ରହଲ୍ଲାଦ ନାୟକ ,ଅନନ୍ତରାମ ମେଣ୍ଡେଲି,କହ୍ନେଇ ଚରଣ ପଧାନ , ସନ୍ଧ୍ୟାରାଣୀ ଖେତି,ପଦ୍ମିନୀ ସାହୁ,ହରିଚନ୍ଦ୍ର ସାହୁ,ଯଶୋବନ୍ତ ପଟେଲ,ଖେଳ ପରିଚାଳନା କରିଥିଲେ।ଏଥିରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏକାଦଶ ବର୍ଗେଇ,ସ୍ନେହଲତା ଖେତୀ,ବସନ୍ତ ଭୁଏ,ପୁଷ୍ପାଞ୍ଜଳି ନାୟକ,ଆଦିତ୍ୟ କିଶୋର ପାଢ଼ୀ,ମାନସୀ ରାଣୀ,ସଂଯୁକ୍ତା ଗାଇଗୌରିଆ,ନର୍ମଦା,ନିବେଦିତା,ନିହାରିକାମିଶ୍ର,ବାଳମୁକୁନ୍ଦ ସେଠି,ଚମାର ବାଘ,ମଧୁମିତା ପଧାନ,ବିର କର୍ଣ୍ଣ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *