October 23, 2025
Home » ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ

0
WhatsApp Image 2025-08-29 at 6.25.26 PM

 

ହକି ଯାଦୁକର ମେଜର ଧ୍ୟାନଚାନ୍ଦ ସିଂହଙ୍କ କ୍ରୀଡ଼ା ପ୍ରତି ଥିବା ନିଷ୍ଠା ଓ ଆଦର୍ଶକୁ ମନେପକାଇବା ଏବଂ ସମସ୍ତଙ୍କ ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାକୁ ଜାଗ୍ରତ କରିବା ଏକ ମହତ ଉଦ୍ଦେଶ୍ୟ ନେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୯/୦୮/୧୯୦୫ ତାରିଖ ଦିନ ପ୍ରୟାଗରାଜରେ ଜନ୍ମିତ ଏହି ମହାନ ନାୟକଙ୍କ ଜନ୍ମ ଦିବସକୁ ନିଷ୍ପତ୍ତି କ୍ରମେ ୨୦୧୨ରୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳିତ ହୋଇଆସୁଛି।
ଏହିଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସଟିକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୦୭ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ଧ୍ୟାନ ଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ଠାରୁ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ, ରାୟାଗଡା ଠାରୁ ଆରମ୍ଭ ହୋଇ ଇନଡୋର ଷ୍ଟାଡିୟମ ରାୟାଗଡା ଯାହାକି କଲେକ୍ଟର ଅଫିସ, ବ୍ଲକ ଅଫିସ, ଜାତୀୟ ରାଜପଥ, କପିଲାସ ଚକ୍, ସବ୍-କଲେକ୍ଟର ଅଫିସ୍ ଚକ୍, ଜ୍ୟୋତିମହଲ ଚକ୍, ସେକ୍ରେଟ୍ ହାର୍ଟ ସ୍କୁଲ୍, ଡିଆଇସି ଚକ୍, ଲାଇନ୍ସ କ୍ଲବ, ପରିଶେଷରେ ଇନଡୋର ଷ୍ଟାଡିୟମ ରାୟାଗଡା ଠାରେ ପହଞ୍ଚି ଥିଲା ।

ମୁଖ୍ୟତଃ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନେଇ ମୁଖ୍ୟତଃ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ ଭୂମିକା ତଥା ବିଭିନ୍ନ କ୍ରୀଡ଼ାରେ ସାମିଲକୁ ନେଇ ତୃଣମୂଳ ସ୍ତରର ପ୍ରତିଭାକୁ ପ୍ରୋତ୍ସାହିତ କରିବା ସହ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ଏବଂ କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ସର୍ବୋତ୍ତମ ତାଲିମ ସୁବିଧା ପ୍ରଦାନ ସକାଶେ ମୋହନ ସରକାର ତତ୍ପରତା ଦେଖାଇଛନ୍ତି । ଏହି ଦିବସରେ ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଭିନ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥାଏ।
୧୯୨୨ ମସିହାରେ ସେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ ପରେ ବ୍ରିଟିଶ ସେନାରେ ସୈନିକ ଭାବେ ସାମିଲ ହୋଇଥିଲେ। ସେ ତାଙ୍କ ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଉର୍ଦ୍ଧ୍ବ ଗୋଲ ଦେଇ ଅନ୍ତରାଷ୍ଟ୍ରୀୟ ହକି କ୍ୟାରିୟରରେ ଧ୍ୟାନଚାନ୍ଦ ବର୍ଷ ୧୯୨୬ ରୁ ୧୯୪୮ ପର୍ଯ୍ୟନ୍ତ ଭାରତର ପ୍ରତିନିଧିତ୍ବ କରି ପ୍ରାୟ ୧୮୫ଟି ମ୍ୟାଚରେ ଅଂଶଗ୍ରହଣ କରିଥିଲେ । ତାଙ୍କ ଅଦ୍ଭୂତପୂର୍ଣ୍ଣ ଖେଳ ପ୍ରଦର୍ଶନ ପାଇ ସାରା ବିଶ୍ୱରେ ତାଙ୍କ ଅଗଣିତ ପ୍ରଶଂସକ ଥିଲେ । କ୍ରମାଗତ ଭାବେ ୧୯୨୮, ୧୯୩୨,୧୯୩୬ର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରି ତାଙ୍କ ଅତୁଳନୀୟ ପ୍ରଦର୍ଶନ ଫଳରେ ସ୍ବର୍ଣ୍ଣ ପଦକ ହାସଲ କରି ଭାରତ ଦେଶକୁ ଗୌରବାନ୍ଵିତ କରିଥିଲେ। ଯେଉଁଥି ପାଇଁ ଅନ୍ତତଃ ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ସର୍ବୋଚ୍ଚ ଖେଳାଳି ଭାବେ ଘୋଷିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ରାୟଗଡ ପ୍ରଫୁଲ ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ବ୍ୟାଡ଼ମେଣ୍ଟନ ସଂଘର କର୍ମକର୍ତ୍ତା, କ୍ରୀଡ଼ାବିତ, ସହୀଦ ଲକ୍ଷ୍ମଣ ଯୁବକ ସଙ୍ଘର କର୍ମକର୍ତ୍ତା,ପ୍ରେମ ପାହାଡ଼ ୱାକର୍ସ କ୍ଲବ, ଜିସିଡ଼ି ୱାକର୍ସ କ୍ଳବ, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି, କଲେଜ,ସ୍କୁଲର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *