April 13, 2026
Home » ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ରିଫ୍ରେଶର ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ରିଫ୍ରେଶର ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ,

0
WhatsApp Image 2026-04-12 at 8.16.42 PM (1)

 

ବରଗଡ: ଦୁଇ ଦିନ ଧରି ବରଗଡ ଜିଲ୍ଲା ସ୍ତରୀୟ ରିଫ୍ରେଶର ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ କଲେକ୍ଟର କନଫେରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲାର ଆରକ୍ଷ ଅଧୀକ୍ଷକ ପ୍ରହ୍ଳାଦ ସାହାଇ ମୀନା ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପବ୍ଲିକ ପ୍ରସିକ୍ୟୁଟର, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର,ସହାୟକ ପବ୍ଲିକ ପ୍ରସିକ୍ୟୁଟର ଓ ଏସୋସିଏଟ ପବ୍ଲିକ ପ୍ରସିକ୍ୟୁଟର ଯୋଗ ଦେଇଥିଲେ |

କାର୍ଯ୍ୟକ୍ରମରେ ଭାରତୀୟ ସାକ୍ଷ ଅଧିନିୟମ ,ଭାରତର ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ନ୍ୟାୟ ସଂହିତା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା | ସାଧନ କର୍ମୀ ରୂପେ ପବ୍ଲିକ ପ୍ରସିକ୍ୟୁଟର ରଶ୍ମି ରେଖା ଦେଓ , ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭୁବନେଶ୍ଵରୀ ନାଏକ ଏବଂ କଟକ ଉଚ୍ଚ ନ୍ୟାୟାଳୟ ର ଏଡଭୋକେଟ ସୂର୍ଯ୍ୟସନାତା ପଲ ଓ ବରଗଡ ସିଡିଏମଓ ଡକ୍ଟର କୁବେର ଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ଡେପୁଟି ଡାଇରେକ୍ଟର ପ୍ରସିକ୍ୟୁସନ ବେଣୁଲାଲ ପ୍ରଧାନ , ଏସିଷ୍ଟେଣ୍ଟ ଡାଇରେକ୍ଟର ପ୍ରସିକ୍ୟୁସନ ସୁଶୀଲ କୁମାର ସୁନାନୀ , ଡେପୁଟି ଡାଇରେକ୍ଟର ଜୁଡିସିଆଲ ନିରଞ୍ଜନ ବେହେରା ଓ ଏସିଷ୍ଟେଣ୍ଟ କଲେକ୍ଟର ଜୁଡିସିଆଲ ଉମାକାନ୍ତ ସଂଜୀବ ଶେଖର କୁମୁରା ପ୍ରମୁଖ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *