February 16, 2026
Home » ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଓ ପାଣି ପଞ୍ଚାୟତ ପକ୍ଷ – ୨୦୨୫-୨୬ ପାଳନ

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଓ ପାଣି ପଞ୍ଚାୟତ ପକ୍ଷ – ୨୦୨୫-୨୬ ପାଳନ

0
WhatsApp Image 2026-01-13 at 7.04.50 PM

ବରଗଡ଼: ସ୍ଥାନୀୟ ପାଣି ପଞ୍ଚାୟତ ଭବନ ଓ ଜଳସେଚନ ବିଭାଜନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଓ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୫-୨୬ ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ବୈଠକରେ ସମ୍ମାନନୀୟ ଅତିଥି ଭାବେ ବରଗଡ଼ର ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁରେଶ୍ଵର ଶତପଥୀ, ମୁଖ୍ୟ ଯନ୍ତ୍ରୀ କେନାଲ ଡିଭିଜନ ବରଗଡ଼ ଓ ବରପାଲି ଡିଭିଜନ, କେନାଲ ଡିଭିଜନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ବୁର୍ଲା, ଶ୍ରୀ ଜ୍ୟୋତି ରଂଜନ ସଭାରେ ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ବୁର୍ଲା, ଆଲୋକପାତ କଲେ ଓ ସେ ବରଗଡ଼ ଜିଲ୍ଲାର ବିଭିନ୍ନ କେନାଲ ଗୁଡ଼ିକ ପରିଦର୍ଶନ କରିଥିଲେ ଓ ତାଙ୍କର କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ ଓ ହୀରାକୁଦ ବନ୍ଧର ପାଣି କିପରି କମ୍ ଖର୍ଚ୍ଚରେ ଚାଷ ହୋଇପାରିବ ମତାମତ ଦେଲେ ଓ ତାଙ୍କର ମୁଖ୍ୟଯନ୍ତ୍ରୀ ମାନଙ୍କ ସହିତ ପରାମର୍ଶ ଲୋଡିଲେ ଯେ କିପରି ମରାମତି ହୋଇପାରିବ ।

ପାଣି ପଞ୍ଚାୟତର ଅଧିକାରୀ ମାନଙ୍କ ସହିତ ସେ ଆଲୋଚନା କଲେ ଯେ ଆଗକୁ କିପରି ପାଣିକୁ କମ୍ ଖର୍ଚ୍ଚ କରି ବେଶୀ ଫସଲ ଅମଳ ହୋଇପାରିବ ଓ ଆଜିର ମୁଖ୍ୟ ଅତିଥି ଶ୍ରୀ ନିହାର ରଞ୍ଜନ ମହାନନ୍ଦ ତାଙ୍କର ବକ୍ତବ୍ୟ ରେ ସେ ବିଭିନ୍ନ ପାଣି ପଞ୍ଚାୟତ ଅନୁଷ୍ଠାନ ମାନଙ୍କ ଉପରେ ଆଲୋକପାତ କଲେ । ସେହିପରି କେନାଲ ମରାମତି ପାଇଁ ବରଗଡ଼ ଜିଲ୍ଲା କୁ ଅତ୍ୟଧିକ ଟଙ୍କା ଆସିଛି ବୋଲି ମତ ପ୍ରକାଶ କଲେ ଓ ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପାଣି ପଞ୍ଚାୟତ ଉପରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ସେ ସେହି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ପାଣି ପଞ୍ଚାୟତ ର ସମସ୍ତ ଅଧିକାରୀ ,ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ, ସାମ୍ୱାଦିକ ବନ୍ଧୁଗଣ, ଇଲେ୍ଟ୍ରୋନିକ ମିଡିଆ, ପ୍ରିଣ୍ଟ ମିଡିଆ ଓ ମାନ୍ୟଗଣ୍ୟ ବନ୍ଧୁଗଣ ମାନଙ୍କୁ ପରିଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ଶେଷ କରାଗଲା।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *