December 23, 2024
Home » ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ l

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ l

0

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଛି । ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ  ବିଦ୍ୟାଳୟ ରୁ ସାତଟି ଉପ ବିଷୟ ସମ୍ବଳ ପରିଚାଳନା , ଆବର୍ଜନା ପରିଚାଳନା, ପରିବହନ  ଓ ଯୋଗାଯୋଗ, ବିପର୍ଯ୍ୟୟ ପରିଚାଳନା, ଗାଣିତିକ ନମୂନା ଓ ସଂକଳନା ବିଚାର ,ଖାଦ୍ୟ, ସ୍ଵାସ୍ଥ୍ୟ ଓ ସ୍ୱାସ୍ଥ୍ୟ ରକ୍ଷା ,ପ୍ରାକୃତିକ କୃଷି ଆଧାରିତ ବିଭିନ୍ନ ବ୍ଳକର ଶ୍ରେଷ୍ଟ ପ୍ରକଳ୍ପ ଗୁଡିକ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ପର୍ଶୁରାମ ମେହେର ସୂଚନା ଓ ବିବରଣୀ ପ୍ରଦାନ କରିଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଅପରାହ୍ଣ ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥିରୂପେ ଯୋଗ ଦେଇ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ବାଲ୍ ବୈଜ୍ଞାନିକ ମାନଙ୍କୁ ସଂଗଠିତ ଜ୍ଞାନ କୁ ମାନବ ସମାଜର ହିତ ସାଧନ ରେ ବିନିଯୋଗ କରିବାକୁ ଆହ୍ବାନ ଦେଇଥିଲେ | ଅନ୍ୟତମ ଅତିଥିରୂପେ ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ୱିତା ନାଏକ ଯୋଗ ଦେଇ ଥିବା ବେଳେ ଵୀରମହାରାଜପୁର ବି.ଇ.ଓ ଶାନ୍ତନୁ କୁମ୍ଭକାର , ବିନିକା ବିଇଓ ଲକ୍ଷ୍ମଣ ମିଶ୍ର ଓ ତରଭା ବିଇଓ ନାରାୟଣ ମିଶ୍ର ମଞ୍ଚାସୀନ ଥିଲେ । ବିଧୁଭୁଷଣ ପାଣ୍ଡିଆ ,ଓ ଏ ଭି, ଫଟାମୁଣ୍ଡା, ଇଜି ମେହେର ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବିନିକା , ଅମରିଶ ମିଶ୍ର ,ଖାରୀ ଉଚ୍ଚ ବିଦ୍ୟାଳୟ, ଶିବାନୀ ଦନ୍ତା ,ମହୁଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପସା ପଧାନ ,ରାମପୁର ଉଚ୍ଚ ବିଦ୍ୟାଳୟ , ଦୀପାଳୀ ସାହୁ, ଭଣ୍ଡାର ଉଚ୍ଚବିଦ୍ୟାଳୟ ଓ ବିବେକ ମିଶ୍ର, ମହାରାଜା ଉଚ୍ଚ ବିଦ୍ୟାଳୟ ଙ୍କ ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇ ପରସ୍କୃତ ହୋଇଥିଲା | ବଲାଙ୍ଗିର ର ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ଓ ଛତାପିପଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚାରକ ରୁପେ ଯୋଗ ଦେଇ ପ୍ରକଳ୍ପ ମାନଙ୍କୁ ମୂଲ୍ୟାୟନ କରିଥିଲେ | ସହକାରୀ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲ୍ଲାର ମାର୍ଗଦର୍ଶୀ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *