July 5, 2025
Home » ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ଉପଭୋଗ କଲେ ଦର୍ଶକ

ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ଉପଭୋଗ କଲେ ଦର୍ଶକ

0
WhatsApp Image 2025-06-16 at 10.46.31 AM

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ “ବର୍ଷ ଏକ ଉପଲବ୍ଧି ଅନେକ” ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା – ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଅନୁଷ୍ଠିତ ହେଉଛି। ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଭିନ୍ନ ଯୋଜନାର ସଫଳତା ସହ ସରକାରଙ୍କ ଲୋକ ଯୋଜନାର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆୟୋଜିତ ହୋଇଥିବା ଏହି ବିକାଶ ମେଳାର ଚତୁର୍ଥ ସନ୍ଧ୍ୟା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ଅତିଥିଭାବେ ଡି ଆର ସି,ଏସ ସଞ୍ଜୟ କୁମାର ତ୍ରିପାଠୀ, ଜିଏମ ଡି ଆଇ ସି ରମେଶ କୁମାର ପଟେଲ, ଉପ ନିର୍ଦ୍ଦେଶକ ବୟନ ସନାତନ ବକ୍ସି, ଉପ ନିର୍ଦ୍ଦେଶକ ହସ୍ତତନ୍ତ ଓ ହସ୍ତଶିଳ୍ପ ବନମାଳୀ ଟପ୍ପୋ ପ୍ରମୁଖ ଯୋଗଦାନ କରି ବିଭାଗୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଓ ଜନସାଧାରଙ୍କ ପାଇଁ ରହିଥିବା ସରକାରଙ୍କ ସୁବିଧା ସୁଯୋଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ବିଭାଗୀୟ ସରକାରୀ ଲୋକଯୋଜନାର ପ୍ରଦର୍ଶନ କରାଯାଇଥିଲା। ଆଜି ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ। ଆଜି ବିକାଶ ର ବାର୍ତ୍ତା ବହନ କରି ଜିଲ୍ଲାର ୬ଟି ବ୍ଲକ ଅଞ୍ଚଳରେ ଭ୍ରାମ୍ୟମାଣ ବିକାଶ ବାହନ ସଚେତନତା ବାର୍ତ୍ତା ସହ ଗ୍ରାମ୍ୟଞ୍ଚଳ ଜନସାଧାରଙ୍କୁ ସଚେତନ କରିବା ସହ ଜନସାଧାରଣଙ୍କୁ ତତ୍କାଳ ସରକାରଙ୍କ ପ୍ରୋତ୍ସାହନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗକୁ ବିଭିନ୍ନ ବିଭାଗ ଦ୍ୱାରା ପଞ୍ଚାୟତ ସ୍ତରରେ ଖୋଲାଯାଇଥିବା ଷ୍ଟଲ ମାଧ୍ୟମରେ ଉପଲବ୍ଧ କରାଯାଇଥିଲା ।ବିକାଶ ମେଳା ମଞ୍ଚରେ ଡି ଆର ସି ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ପେକ୍ସର ହିତାଧିକାରୀଙ୍କୁ ମଞ୍ଚରେ ଅତିରିକ୍ତ ଜିଲ୍ଲପାଳ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ତଥା ଅନ୍ୟାନ୍ୟ ଅତିଥିବୃନ୍ଦ କିସାନ କ୍ରେଡିଟ କାର୍ଡ ପ୍ରଦାନ କରିଥିଲେ। ସାତଦିନ ଧରି ଆୟୋଜିତ ଏହି ଜିଲ୍ଲାସ୍ତରୀୟ ବିକାଶ ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ମେଳା ପରିସରରେ ୬୨ ଟି ଷ୍ଟଲ ନିର୍ମାଣ ହୋଇଥିବାବେଳେ ବିଭିନ୍ନ ବିଭାଗର ଉନ୍ନୟନ ସାମଗ୍ରୀ, ବିକାଶର ଚିତ୍ର ପ୍ରଦର୍ଶିନ ସହିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଷ୍ଟଲ ରହିଛି । ପ୍ରତ୍ୟକ ଦିନ ସନ୍ଧ୍ୟା ୬ ଘଣ୍ଟାରୁ ଜିଲ୍ଲା ତଥା ଜିଲ୍ଲାବାହାରର ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ପରିବେଷିତ ନୃତ୍ୟଗୀତକୁ ହଜାର ହଜାର ଜନସାଧାରଣ ଉପଭୋଗ କରୁଛନ୍ତି ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *