February 6, 2026
Home » ଜିଲ୍ଲା ସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ୨୦୨୫ ଅନୁଷ୍ଠିତ l

ଜିଲ୍ଲା ସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ୨୦୨୫ ଅନୁଷ୍ଠିତ l

0
WhatsApp Image 2025-04-07 at 5.33.56 PM

ସୁବର୍ଣ୍ଣପୁର—

ବିଶ୍ବ ସ୍ବାସ୍ଥ୍ୟ ଦିବସ ୨୦୨୫ ଅବସରରେ, ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ନିର୍ଦ୍ଦେଶ ଅନୁଯାୟୀ, ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି, ଜିଲ୍ଲା ଶାଖା, ତଥା ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର ଦ୍ବାରା ବିଶ୍ବ ସ୍ବାସ୍ଥ୍ୟ ଦିବସର ଏହି ବର୍ଷର ବିଷୟବସ୍ତୁ “ସ୍ବାସ୍ଥ୍ୟକର ଆରମ୍ଭ, ଆଶାପୂର୍ଣ୍ନ ଭବିଷ୍ୟତ” ଉପରେ ଗୁରୁତ୍ବାରୋପ ପୂର୍ବକ ଏକ ସଚେତନତା ବୈଠକ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପ୍ରତ୍ୟେକେ ନିଜ ନିଜର ସ୍ୱାସ୍ଥ୍ୟର ସାମଗ୍ରିକ ଯତ୍ନ ନେବା ସହିତ ଭବିଷ୍ୟତ ପାଇଁ ଏକ ସୁନିଶ୍ଚିତ ଜୀବନ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଶ୍ରୀ ପ୍ରତୀକ କର ଦିବସରେ ସମସ୍ତଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଇ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ. ଗୋପାଳ ଚନ୍ଦ୍ର ମଲ୍ଲିକ ଚଳିତ ବର୍ଷର ଶୀର୍ଷକ “ସ୍ବାସ୍ଥ୍ୟକର ଆରମ୍ଭ, ଆଶାପୂର୍ଣ୍ନ ଭବିଷ୍ୟତ” ନିମନ୍ତେ ଆମ ସ୍ୱାସ୍ଥ୍ୟର ଯତ୍ନ ନିମିତ୍ତ ଆବଶ୍ୟକ ସ୍ୱାସ୍ଥ୍ୟ ସଚେତନତା ଦିଗ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗରେ ଉପଲବ୍ଧ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଭପ୍ରଦ ଯୋଜନା ଉପରେ ବୈଠକରେ ଆଲୋକପାତ ଜରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ସୁବର୍ଣ୍ଣପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀଦଳ ବୈଠକରେ ଯୋଗଦେଇ ଅଧିକାରୀ ତଥା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶ୍ରୀ ବିଶ୍ୱନାଥ ନାୟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଜରୁରୀ ଶାଖ ବୈଠକରେ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *