February 3, 2026
Home » ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ

0
unnamed
ନୟାଗଡ ଜିଲ୍ଲାରେ ଆର୍ଥିକ ସାକ୍ଷରତା ଓ ସାମାଜିକ ଅଧିକାର ଯୋଜନା,(ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତତ୍ତ୍ଵବଧାନରେ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲପାଳ – କର୍ଣ୍ଣଦେବ ସମାଦାର, ଡିଏଲ ଏସ ଏ ଅଞ୍ଜଳି ମଚ୍ଛଖଣ୍ଡ, ଡେପୁଟି କଲେକ୍ଟର ତପ୍ତୀ ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ – ପୁଷ୍ପଲତା ପାତ୍ର,ଏଲଡି ଏମ ଲୋହିତ ନନ୍ଦ ,ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ – ସର୍ବେଶ୍ଵର ପାଣିଗ୍ରାହୀ,ଡି ସୌମ୍ୟରଞ୍ଜନ ଦାଶ,ଜୟଶ୍ରୀ ପ୍ରଧାନ ମାଚାସୀନ ହୋଇ ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା ସହିତ ବେଟି ବଚାଓ ବେଟି ପଢ଼ାଓ ର ମୂଳ ଲକ୍ଷ୍ୟ, ଅଧିକାର, ସମାନତା, ସାମାଜିକ ସୁରକ୍ଷା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ର ସମସ୍ତ ସଡିପିଓ, ସୁପର ଭାଇଜର, ଶିକ୍ଷକ, ପାଆରାଇ ମେମ୍ବର, ଅଙ୍ଗନୱାଡ଼ି କର୍ମୀ,ଆଶା, କିଶୋରୀ ବାଳକ ବାଳିକା, ଏସ ଏଚଜି ମେମ୍ବର ଉପସ୍ଥିତ ଥିଲେ। ଶେଷରେ ସରକରଙ୍କ ତରଫରୁ ଆସିଥିବା ଏକହଜାର ଟଙ୍କା ,ଚାରି ଜଣ କିଶୋରୀ ବାଳକ ବାଳିକାଙ୍କୁ ଚାରି ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା lଶେଷରେ ପିଓ କମ୍ ପିଓ ମାଡାମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *