December 26, 2024
Home » ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ମଣ୍ଡେଇର ଶୁଭାରମ୍ଭ

ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ମଣ୍ଡେଇର ଶୁଭାରମ୍ଭ

0

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଗଣପର୍ବ ତଥା ଲୋକମହୋତ୍ସବ ମଣ୍ଡେଇ-୨୦୨୪ କାର୍ଯ୍ୟକ୍ରମ ତା:୨୦/୧୧/୨୪ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ନନ୍ଦାହାଣ୍ଡି ବ୍ଲକ୍ ଧଣ୍ଡ୍ରା ଗ୍ରାମ ସ୍ଥିତ ଶ୍ରୀ ଝାଡେଶ୍ବର ଶୈବପୀଠ ଓ ମା’ ଡଙ୍ଗରଦେଇ ମନ୍ଦିର ଠାରୁ ବିଦ୍ଧିବଦ୍ଧ ଭାବରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ଲାଠି,କୁର୍ଚି,ବିହନ ଚାଙ୍ଗୁଡି ସହ ହଜାର ହଜାର ଲୋକଙ୍କ ଉପସ୍ଥିତରେ ନାଚଗୀତ ଓ ମସାଲ ସହିତ ଏକ ବିଶାଳ ଶୋଭାଯାତ୍ରା ବାହାରି ସଭାସ୍ଥଳରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ୧୮ ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ଗୁଣିଆ,ଶିରା,ପୂଜାରୀ,ବ୍ରାହ୍ମଣଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ମଣ୍ଡେଇ-୨୦୨୪ର ଶୁଭାରମ୍ଭ ହୋଇଥିଲା ଉତ୍ସବମୁଖ ମହୋଲରେ ବାହାରିଥିବା ଉକ୍ତ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ତଥା ଜିଲ୍ଲା ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡଃ ଶୁଭଙ୍କର ମହାପାତ୍ରଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା,ଜାତି-ଜନଜାତି-ସଂଖ୍ୟାଲଘୁ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସମ୍ମାନୀତ ଅତିଥି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତ୍ରା,ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରଓ୍ବାନ,ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଓ ନବୀନ ଚନ୍ଦ୍ର ନାୟକ,ଉପ-ଜିଲ୍ଲାପାଳ ପ୍ରକାଶ ମିଶ୍ର, ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର ମିହିର କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ। ତେନ୍ତୁଳିଖୁଣ୍ଟି,ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକ ର ବିଭିନ୍ନ ମହିଳା ମଣ୍ଡଳୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜା ସରିବା ପରେ ମସାଲ କୁ ମନ୍ତ୍ରୀ ବିଧାୟକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ସ୍ଥାନୀୟ ମଣ୍ଡେଇ ପଡିଆ ରେ ପହଞ୍ଚିବା ପରେ ପୁଣି ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ସାହୁ, ନବରଙ୍ଗପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସୁନୀଲ ଖୁରା ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥି ମାନଙ୍କ ଦ୍ଵାରା ମଣ୍ଡେଇ ୨୦୨୪ ପୋଷ୍ଟର ଲୋକାର୍ପିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ କୃଷ୍ଣାମଞ୍ଜରୀ ବିଷୋୟୀ,ରତିକାନ୍ତ ପଣ୍ଡା,ଅରୁଣ ମିଶ୍ର,ଦିବ୍ୟଦାନ ସୁନା,ଜୟମଣି ସମରଥ,ବ୍ଲକ୍ ଅଧ୍ୟକ୍ଷା ନିଳନ୍ଦ୍ରୀ ନାୟକ,ରଶ୍ମୀତା ମାଝୀ,ଶରତ ଭତ୍ରା,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ସଦନ ଗୌଡ,ନନ୍ଦିନୀ ସମରଥ , ଜିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ, ନବରଙ୍ଗପୁର, ନନ୍ଦାହାଣ୍ଡି ଏବଂ ତେନ୍ତୁଳୀଖୁଣ୍ଟି ବ୍ଲକ ର ସରପଞ୍ଚ ସମିତି ସଭ୍ୟ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ମୁନା ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କୁ ଇଂ ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ । ସନ୍ଧ୍ୟା ସମୟରେ ରକଷ୍ଟାର ରୁକୁ ସୁନାଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *