February 9, 2026
Home » ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

0
WhatsApp Image 2026-01-07 at 7.16.48 PM

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉତ୍ସବ ପାଳନ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା Iପୂର୍ବରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବକୃତା,କୁଇଜ୍, ଦେଶାତ୍ମବୋଧକ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯିବ। ୨୫ ତାରିଖ ଦିନ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ଆଲୋକୀମାଳାରେ ସୁସଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ । ତେଣୁ, ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକମ କରାଯିବ। ୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅଭ୍ୟାସଗତ ପ୍ୟାରେଡ ଆୟୋଜନ କରାଯିବ। ୨୬ ତାରିଖ ଦିନ ସକାଳ ୫ ଘଟିକା ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ ଗାନ, ସକାଳ ୭ଟା ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୮ଟା ୩୦ ମିନିଟରେ ପୁଲିସ ପଡିଆ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେଵ, ସ୍ୱାଧୀନତା ସଂଗ୍ରାମୀଙ୍କ ଫୋଟ ଚିତ୍ର ପ୍ରଦର୍ଶନୀ କରାଯିବ ଏବଂ ଚଳିତ ବର୍ଷ ଜିଲ୍ଲାର କଫି, ମାଣ୍ଡିଆ, କଳା ଜିରା ଓ କୋଟପାଡ଼ର ମିରୀଗାନ ଶାଢ଼ୀ ପ୍ରଭୃତିପ୍ରଜ୍ଞାପନ ମେଢରେ ସ୍ୱତନ୍ତ୍ର ଭାବରେ ପ୍ରଦର୍ଶନ କରିବାକୁ ନିଷ୍ପତି ନିଆଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସ୍ଥାନୀୟ ସଂସ୍କୃତି ଭଵନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ Iବୈଠକରେ କୋରାପୁଟ ଜିଲ୍ଲାରେ ଉକ୍ତ ଉତ୍ସବ ଦିନ ଆମିଷ ବଜାର ବନ୍ଦ ରଖିବାକୁ ନିଷ୍ପତି ନିଆ ଯାଇଛି I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଓ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଲେଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି, କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସହରର ବୁଦ୍ଧିଜୀବି , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ବୈଠକ ପରିଚାଳନା କରିଥିଲେ I

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *