ଜିଲ୍ଲା ସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଓ ସାମୁହିକ ଆଲୋଚନାଚକ୍ର ଅନୁଷ୍ଠିତ
ରାଜ୍ୟରେ ବର୍ତ୍ତମାନ ମହିଳାମାନଙ୍କ କଲ୍ୟାଣକାରୀ “ସୁଭଦ୍ରା” ଯୋଜନା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆବେଦନ ଏବଂ ସଚେତନତା ଶିବିର ଜାରି ରହିଥିବା ବେଳେ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ଦିନ ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମରେ ସୁଭଦ୍ରା ଯୋଜନାର ସ୍ବାଗତ ପଦଯାତ୍ରା ଆୟୋଜନ କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲା ସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ୧୫/୦୯/୨୪ ତାରିଖ ସକାଳ ୦୮ ଘଣ୍ଟିକା ସମୟରେ ସହରର ରେଳଷ୍ଟେସନ ଛକଠାରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ଶ୍ରୀମତୀ ପାରୁଲ ପଟାୱରୀ ସବୁଜପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ପଦଯାତ୍ରା ରେଳଷ୍ଟେସନ ଛକଠାରୁ ବାହାରି ବ୍ଳକଛକ ଦେଇ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଉକ୍ତ ପଦଯାତ୍ରାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମହିଳା, ସୁଭଦ୍ରା ଯୋଜନାର ଆବେଦନକାରୀ ମହିଳାଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ୱ ସମେତ ମହିଳା ଏବଂ ଶିଶୁ ବିକାଶ ସଂଗଠନ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ପଦଯାତ୍ରା ସମାପନ ପରେପରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ସୁଭଦ୍ରା” ଯୋଜନାରେ ଜଡିତ ହେବାକୁ ହେଲେ ଯୋଗ୍ୟ,ଅଯୋଗ୍ୟ ନେଇ ଏକ ଦଳଗତ ଆଲୋଚନା ହୋଇଥିଲା। ଏହି ଯୋଜନା ଅଧୀନରେ, ୨୧-୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ମହିଳା ପାଞ୍ଚ ବର୍ଷ ପାଇଁ ଦୁଇଟି ସମାନ କିସ୍ତିରେ ୧୦୦୦୦/- ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ପାଇବେ, ଯାହା ଆର୍ଥିକ ସୁରକ୍ଷା ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ଏବଂ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଲିଡ଼ ବ୍ୟାଙ୍କ ଅଧକାରୀ ଡିଜିଟାଲ ବ୍ୟାଟିଙ୍ଗ ବିଷୟରେ ବୁଝାଇ କହିଥିଲେ । ସୁଭଦ୍ରା ଯୋଜନା ପାଇଁ ମୁଖ୍ୟ ମୁଖ୍ୟତଃ ଯୋଗ୍ୟତା ମାନଦଣ୍ଡ ବିଷୟରେ କିସ୍ତି ରସିଦ ବିଷୟରେ, ଡିଜିଟାଲ୍ କାରବାରର ଲାଭ , ସ୍କିମ୍ ସହିତ ଜଡିତ ଅନ୍ୟ କୌଣସି ବିଷୟ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୦୧ ରେ ଆରମ୍ଭ ହୋଇଥିଲା। ସୁଭଦ୍ରା ଯୋଜନାରେ କାଉନସିଲର ଓ ୱାର୍ଡ ମେମ୍ବର ଯୋଗ୍ୟ ଅଟନ୍ତି । ସୁଭଦ୍ରା ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୫୦ ଲକ୍ଷ ମହିଳା ଭୁବନେଶ୍ୱରରେ ଏକ ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହେବା ସହିତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିବା ପରେ ପ୍ରଥମ କିସ୍ତି ପାଇବେ ବୋଲି ଜିଲ୍ଲାପାଳ କହିଥିଲେ । ଏହି ଯୋଜନାର ଶୁଭାରମ୍ଭ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେବା ସହ ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଜିଲ୍ଲାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ଶିଶୁ ଯତ୍ନ ଅନୁଷ୍ଠାନ, ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପ୍ରସାରିତ ହେବ।ଏହି ଦିନ ମହିଳା ଏସେହେଚଜିଗୁଡ଼ିକର ବ୍ଲକ ସ୍ତରୀୟ ସମ୍ମିଳନୀ ମଧ୍ୟ ଆୟୋଜିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଆଜି ରାୟଗଡ ଠାରୁ ପ୍ରାୟ ୧୦୦ ଜଣ ଏସହେଚଜି ମହିଳାଙ୍କୁ ଭୁବନେଶ୍ୱରକୁ ନେଇଯିବେ ଡିଏସଡବ୍ଲୁଓ । ୧୭ ତାରିଖ ଦିନ ରାୟଗଡା ବିଷମକଟକ ଅଞ୍ଚଳର ଶ୍ରୀମତି ୱଡାକାଙ୍କ ସହ ପ୍ରଧାନମନ୍ତ୍ରୀ ସିଧାସଳଖ ବାର୍ତ୍ତାଳାପ କରିବେ ।
ଏହି ଯୋଜନାକୁ ପ୍ରୋତ୍ସାହିତ କରିବା ଏବଂ ସାରା ରାଜ୍ୟରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ସ୍ବାଗତ ପାଦଜାତ୍ରା ଲକ୍ଷ୍ୟ ରଖିଛି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ, ସିଡିଓ ଶ୍ରୀ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ଦେବୀ, ଲିଡ଼ ବ୍ୟାଙ୍କ ଅଧକାରୀ ଆଦି ସୁଭଦ୍ରା ସମ୍ପର୍କରେ ସମସ୍ତଙ୍କୁ ସଚେତନତା କରିବା ସହ ସୁଭଦ୍ରା ଯୋଜନାକୁ ନେଇ ଉପୁଜିଥିବା ସମସ୍ତ ସନ୍ଦେହ ଏହି ଆଲୋଚନା ମାଧ୍ୟମରେ ଦୂରକରିବାକୁ ଚେଷ୍ଟା କରିଥିଲେ । ସମସ୍ତ ମହିଳାଙ୍କ ସହ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀଙ୍କ ସୁଭଦ୍ରା ସମ୍ପର୍କିତ ସଂକ୍ଷିପ୍ତ ଆଲୋଚନା ପରେପରେ ସୁଭଦ୍ରା ସନ୍ଦେଶ କାନ୍ଥରେ ଜିଲ୍ଲାପାଳଙ୍କ ସହ ମିଶି ଉପସ୍ଥିତ ଅନ୍ୟ ଅଧିକାରୀ କିଛିକିଛି ସନ୍ଦେଶ ସହ ନିଜନିଜର ସ୍ୱ-ହସ୍ତାକ୍ଷର କରିଥିଲେ ।
ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଡିପିସି ମମତା ଜିତେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପରାମର୍ଶଦାତା ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମ ରତ୍ନେଶ୍ୱର ସାହୁ, ଡିପିଏମ ଓଡ଼ିଶା ଜୀବିକା ମିଶନ ହେମନ୍ତ ବାଗ, ଡିପିଏ ମିଶନଶକ୍ତି ସାରଙ୍ଗଧର ଶବର, ଲିଡ଼ ବ୍ୟାଙ୍କ ମେନେଜର ଦେବେନ୍ଦ୍ର କୁମାର ବାଉରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ ।