ଜିଲ୍ଳା ଚାଇଲ୍ଡ ହେଲ୍ପ ଲାଇନ, ଶ୍ରମ କାର୍ଯ୍ୟାଳୟ ଏବଂ ତରଭା ପୋଲିସ ଦ୍ଵାରା ତିନି ଶିଶୁ ଶ୍ରମିକ ଉଦ୍ଧାର
ସୁବର୍ଣ୍ଣପୁର ଜିଲ୍ଳା ଚାଇଲ୍ଡ ହେଲ୍ପ ଲାଇନ, ଶ୍ରମ କାର୍ଯ୍ୟାଳୟ ଏବଂ ତରଭା ପୋଲିସ ଦ୍ଵାରା ତିନି ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଖବର ମିଳିଛି l ଚାଇଲ୍ଡ ହେଲ୍ପଲାଇନ ସୁବର୍ଣ୍ଣପୁର କାର୍ଯ୍ୟାଳୟ କୁ ଗତ କାଲି ଗୋଟେ ନାବାଳିକା ଶିଶୁ କନ୍ୟା ନିଖୋଜ ହୋଇ ବଲାଡି ଗ୍ରାମର ଏକ ଇଟା ଭାଟି ରେ କାମ କରୁଥିବା ଛତିଶଗଡ ର ଜଣେ ପୋଲିସ ଜଣାଇଥିଲେ l ନିଖୋଜ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଗୋଟିଏ ସ୍ଵତନ୍ତ୍ର ଟିମ୍ ଗଠନ କରି ବଲାଡି ଗ୍ରାମରେ ଥିବା ଇଟା ଭାଟି କୁ ଯାଇ ଶିଶୁ କନ୍ୟା ନ ଥିବା ସମସ୍ତ ଟିମ୍ ଦେଖିଥିଲେ କିନ୍ତୁ ସେହି ଇଟା ଭାଟିରେ ତିନି ଜଣ କୋମଳମତି ଶିଶୁକନ୍ୟା କାମ କରୁଥିବା ଦେଖିବାକୁ ପାଇଥିଲେ l ସେହି ତିନିଜଣ ଙ୍କୁ ଉକ୍ତ ଟିମ୍ ଉଦ୍ଧାର କରି ଶିଶୁକଲ୍ୟାଣ ସମିତି ସୁବର୍ଣ୍ଣପୁର ରେ ଉପସ୍ଥାପନା କରିଥିଲେ l ପରେ ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା ଶିଶୁ ମାନଙ୍କୁ ଉତ୍କଳ ବାଲାଶ୍ରମ ରେ ରହିବା ପାଇଁ ଆଦେଶ ଦେଇଥିଲେ ।ଏହି ଟିମ୍ ରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର, କାଉନସିଲର ସୁଧୀର ଦାସ , ସୁପରଭାଇଜର ସନ୍ତୋଷୀ ମେହେର,ଚାଇଲ୍ଡ ହେଲ୍ପଲାଇନ, ରଞ୍ଜିତ ମହାପାତ୍ର ଏଏସଆଇ ତରଭା ପୋଲିସ, ସୌମ୍ୟ ରଂଜନ ସାହୁ ଏବଂ ଲିପକରାଜ ନାୟକ ଶ୍ରମ କାର୍ଯ୍ୟାଳୟ ପ୍ରମୁଖ ସାମିଲ ହୋଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
