December 26, 2025
Home » ଜୁନିୟର ଜେମ୍ସ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡାଉତ୍ସବ

ଜୁନିୟର ଜେମ୍ସ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡାଉତ୍ସବ

0
WhatsApp Image 2025-12-20 at 7.04.54 PM

ଅନୁଗୋଳ:ସ୍ଥାନୀୟ ଶିକ୍ଷକପଡା ସ୍ଥିତ ଜୁନିଅର ଜେମ୍ସ ପବ୍ଲିକ ସ୍କୁଲରେ ୭ମ ବାର୍ଷିକ କ୍ରିଡଉତ୍ସବ ଅନୁଷ୍ଠିତ ହୋଇଛି । ଉକ୍ତ ଉତ୍ସବ ରେ ଅନୁଗୋଳ ଫୁଟବଲ୍ ଟିମ୍ ର ପୂର୍ବତନ ଅଧିନାୟକ ତଥା ରାଜ୍ୟ ପାଇଁ ଫୁଟବଲ ଖେଳିଥିବା ଶ୍ରୀ ଶୁଭ୍ରାଂଶୁ ଶେଖର ସାହୁ (ନିଲୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ । ଜୁନିୟର ଜେମ୍ସ ଗ୍ରୁପ ର ନିର୍ଦେଶକ ମନୋଜ ଆଦିତ୍ୟ ଦାସ ଏବଂ ଜୁନିୟର ଜେମ୍ସ ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ୍ ପତାକା ଦେଖାଇ କ୍ରୀଡା ଆରମ୍ଭ କରିଥିଲେ ।

ଏହି କ୍ରୀଡା ପ୍ରତିଯୋଗିତା ରେ ୨୦୦ ରୁ ଉର୍ଦ୍ଧ ଛାତ୍ର ,ଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ, କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା । କ୍ରୀଡା ଉତ୍ସବ ର ଅନ୍ତିମ ଦିବସ ରେ ଅନୁଗୋଳ କ୍ରୀଡା ସାଂସଦ ର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଯୋଗ ଦେଇ କ୍ରୀଡା ଉତ୍ସବ କୁ ଉଦ୍ଦ ଯାପନ କରିଥିଲେ । କ୍ରୀଡା ଉତ୍ସବ କୁ ଜୁନିୟର ଜେମ୍ସ ପ୍ଲେ ସ୍କୁଲ ର ପ୍ରିନ୍ସିପଲ୍ କିରଣ ପ୍ରଧାନ ପରିଚାଳନା କରିଥିବା ବେଳେ, ଜୁନିୟର ଗ୍ରୁପ ସମସ୍ତ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *