March 14, 2025
Home » ଜ୍ଞାନ ପ୍ରକାଶ ର ନବମ ଜାତୀୟ ସମ୍ମିଳନୀ ପୋଷ୍ଟର ଉନ୍ମୋଚିତ

ଜ୍ଞାନ ପ୍ରକାଶ ର ନବମ ଜାତୀୟ ସମ୍ମିଳନୀ ପୋଷ୍ଟର ଉନ୍ମୋଚିତ

0

ସୁବର୍ଣ୍ଣପୁର — ଆସନ୍ତା ଜୁନ ୨୨ ତାରିଖରେ ଜ୍ଞାନ ପ୍ରକାଶର ଜାତୀୟ ସମ୍ମିଳନୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଶିକ୍ଷାବିତ୍, କବି, ଲେଖକ,ଗବେଷକ, ସମାଜସେବୀ ଓ ସାମ୍ୱାଦିକମାନେ ଯୋଗଦାନ କରିବେ l ଆଜି ମହାନଦୀ ଆଳତିଘାଟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ଆଳତି ହେବାପରେ ଜ୍ଞାନ ପ୍ରକାଶ ର ମୁଖ୍ୟ ଉପଦେଷ୍ଟା,ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା l ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା ମୁଖ୍ୟ ବସନ୍ତ କୁମାର ସାହୁ, ମଣ୍ଡଳ ମୁଖ୍ୟ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଓ ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ଜ୍ଞାନ ପ୍ରକାଶର ମିଡିଆ ସଂଯୋଜକ ତଥା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବାଶିଷ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *