July 27, 2025
Home » ଟିକିରି ପୋଲିସ ଦ୍ବାରା ଚୋରି ହୋଇଥିବା ଜିନିଷ ସହିତ ଉଧାର ସହ ୬ ଗିରଫ

ଟିକିରି ପୋଲିସ ଦ୍ବାରା ଚୋରି ହୋଇଥିବା ଜିନିଷ ସହିତ ଉଧାର ସହ ୬ ଗିରଫ

0
IMG-20250618-WA0227

ରାୟଗଡ଼ା : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ପୋଲିସ ଏକ ଲୁହାଚରି କେଶରେ ଚୋରି ହୋଇଥିବା ଜିନିଷ ସହ ୬ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି ।ଗତ ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ କଂସାରିଗୁଡା ଆଦିତ୍ୟଆଲୁମିନା କମ୍ପାନୀ ରେ କାର୍ଯ୍ୟରତ ମୈତ୍ରୀ କମ୍ପାନୀର କାମ ଚାଲିଥିବା ସ୍ଥାନରୁ ସେଟ୍ରିଂ ପ୍ଲେଟ,ଲୁହା ରୋଡ,ଲୁହା ଜାଲି ଇତ୍ୟାଦି ଜିନିଷ ବହୁ ପରିମାଣର ଚୋରି ହୋଇଥିବା ମୈତ୍ରୀ କମ୍ପାନୀର ଲୋକ ସମ୍ପର୍କଅଧିକାରୀ ଆଶିଷ କୁମାର ପାଢୀ ଟିକିରି ଥାନା ରେ ଚୋରି ଅଭିଯୋଗ କରିଥିଲେ ।ଟିକିରି ଥାନାରେ ୯୮/୨୫ ୟୁଏସ ୩୦୩(୨) ବିଏନଏସ୍ ରେଜିଷ୍ଟର କରାଯାଇଥିଲା।ଟିକିରି ପୋଲିସ ଗୁରୁତ୍ବ ନେଇ ବିଭିନ୍ନ ସ୍ଥାନରେ ଛାପା ମାରିବା ସହ ପେଟ୍ରଲିଂ କରିବା ସମୟରେ ସାନମାଟିକଣା ଛକରେ ନିକଟରେ ଚୋରି ଲୁହା ଆଣୁଥିବା ୩ଗୋଟି ବାଇକ ଉ ଅଟକାଇ ଯାଞ୍ଚବେଳେ ବେଳେ ଚୋରି ହୋଇଥିବା ଲୁହା ଜଣାପଡିବା ପରେ ସେମାନଙ୍କୁ ଟିକିରି ଥାନା କୁ ଆଣି ପଚରାଉଚରା ପରେ ପହଣ୍ଡି ଗ୍ରାମର ବାର ବାର ବାଘ,ପଦମନ ବାଘ ଓ ଭିମସେନ ଅଡାଦି ଠାରୁ କିଣିଥିବା ଜାଣି ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଗିରଫ କରି ଓ କିଣିଥିବା ସୁଦିପ ବେନିଆ,ଅଜୟ ଧଳ,ସେଖ ଅମିର ହୁସେନ କୁ ମଧ୍ୟ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ।ସେମାନଙ୍କ ଠାରୁ ସମସ୍ତ ଚୋରି ଜିନିଷ ,ତିନଟି ମୋଟରସାଇକେଲ୍ ହିର ସ୍ପେଲେଣ୍ଡର ପ୍ର ଓଡି୧୮ ବି ୪୯୨୭,ସ୍ପେଲେଣ୍ଡର ପ୍ଲସ ଓଡି୦୨ ସିଏନ ୩୭୨୭ ଓ ଟିଭିଏସ ଏକ୍ସେଲ ଡବ୍ଲୋୟୁ ବି ୩୪ ୧୯୫୦ କୁ ଜବତ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *