ଟେବୁଲ ଟପ ଏକ୍ସରସାଇଜ଼ ଏବଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର:( ଉଗ୍ରସେନ କର୍ମୀ ) ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଚଳିତ ମାସ ତା ୧୮ ରେ ( ପୂର୍ବାହ୍ନ ୧୦ ଘଂ ରୁ ଅ ୦୧ ଘଂ, ଅପରାହ୍ନ ୦୨ ଘଂରୁ ରୁ ସନ୍ଧ୍ୟା ୦୫ଘଂ) ୨ଟି ପର୍ଯ୍ୟାୟ ରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ଓ ୟୁ.ଏଲ.ବି ସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ l ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ l ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତ୍ତା ମାନେ ବନ୍ୟା ବିପର୍ଯୟର ସୁ ପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ପରେ ଓ ବନ୍ୟା ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ଦ୍ୱାରା ଉପସ୍ଥାପନା କରାଯିବ l ତା ୧୯ ରେ ସକାଳ ୦୯ ଘଣ୍ଟାରୁ ଜିଲ୍ଲାସ୍ଥିତ ୦୬ଟି ବନ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହେବ l ସାମୁହିକ ଅଭ୍ୟାସ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତ୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ପ୍ରଧାନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବରୁ ଫାୟାର ବିଭାଗ ଦ୍ୱାରା ବିପର୍ଯୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ଉପଯୁକ୍ତ ଯାଞ୍ଚ ଏବଂ ପରୀକ୍ଷା ପୂର୍ବକ ସଠିକ ବ୍ୟବହାର ନିମନ୍ତେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି l ବୈଠକରେ ଡେପୁଟି କଲେକ୍ଟର ଜରୁରୀ ଶାଖା ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡ଼ମା ବିଶ୍ୱନାଥ ନାୟକ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ବିଶେଷ ଭାବେ ବିପର୍ଯ୍ୟୟ ପୂର୍ବ, ବିପର୍ଯୟ ସମୟରେ ତଥା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଷ୍ଟେକ ହୋଲଡର ଙ୍କ ଦାୟିତ୍ୱ, କର୍ତ୍ତବ୍ୟ ତଥା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ l ବିପର୍ଯ୍ୟୟରୁ ଜନସାଧାରଣଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତ୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା,ଜିଲ୍ଲା ସ୍ଥିତ ବିଭିନ୍ନ ନଦୀ ନାଳର ଆଡି ବନ୍ଧ ସ୍ଥିତିର ସୂ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ପଦକ୍ଷେପ , ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦେଶ୍ୟ ରହିଥିବା ସୂଚନା ପ୍ରଦାନ କରିଥିଲେ l ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ସୋନପୁର, ଉପଜିଲ୍ଲାପାଳ ବୀରମହାରାଜପୁର କାର୍ଯ୍ୟାଳୟ ଅଧିକାରୀ,କର୍ମକର୍ତ୍ତା, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ସମସ୍ତ ବିଡ଼ିଓ, ତହସିଲଦାର,ସାମ୍ବାଦିକ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, କମ୍ୟୁନିଟି କର୍ମକର୍ତ୍ତା,ଅନ୍ୟାନ୍ୟ ସହଯୋଗୀ ସଂସ୍ଥା କର୍ମକର୍ତ୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତ୍ତା, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ସୋନପୁର, ବିନିକା, ତରଭା ପ୍ରଭୁତି ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )