December 22, 2025
Home » ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ

ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ

0
WhatsApp Image 2025-12-22 at 11.47.46 AM (1)

!
ଛତ୍ରପୁର: ପରମ୍ ପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମୋତ୍ସବ ପାଳନ ସାଂଗକୁ ଛତ୍ରପୁର ଠାରେ ଅବସ୍ଥିତ ତାଙ୍କରି ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକୀ ଉତ୍ସବ ଅବସରରେ ଭବ୍ୟ ଆଧ୍ୟାତ୍ମିକ ସମାବେଶ ରବିବାର ଦିନ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ସତସଙ୍ଗ ବିହାରରେ ଠାକୁର ଙ୍କ ନିଆରା ଭକ୍ତି ଭାବାପନ୍ନ ର ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା ।

ପ୍ରଭାତ ଫେରି, ନଗର ସଂକୀର୍ତ୍ତନ, ପ୍ରବୋଚନ, ଆନନ୍ଦ ବଜାର ଆଦି ସମାହିତ ହୋଇଥିଲା । ଠାକୁର ଙ୍କ ଜନ୍ମୋତ୍ସବ ପାଳନରେ ଲକ୍ଷାଧିକ ଟଙ୍କାର ସୁଗନ୍ଧରେ ଭରପୂର୍ ହୋଇଥିବା ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ସୁସଜ୍ଜିତ ହୋଇ ମଣ୍ଡପ, ମନ୍ଦିର, ବିଗ୍ରହ ଆଦି ଚିତ୍ତାକର୍ଷକରେ ସଜା ଯାଇଥିବା ବେଳେ ହଜାର ହଜାର ଭକ୍ତଙ୍କୁ ଆଧ୍ୟାତ୍ମିକ ଜାଗରଣରେ ଆକର୍ଷିତ କରିଥିଲା ।

ସର୍ବଭାରତୀୟସ୍ତରର ସତସଙ୍ଗ ର ସାଧାରଣ ସମ୍ପାଦକ ଡ଼ଃ. ବିନାୟକ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଠାକୁର ଙ୍କ ଉତ୍ସବରେ ଶାନ୍ତିର ବାତାବରଣ ସହ ଆନନ୍ଦମୟ, ନୂତନ ଉଲ୍ଲାସମୟ ଭାବ, ଭାଇଚାରାର ଏକ ନିଆରା ପରମ୍ପରା ଭାବ ଜାଗୃତି କରିଥାଏ । ସେଥିପାଇଁ ବର୍ଷକୁ ଥରେ ଜନ୍ମ ଉତ୍ସବ ସମାରୋହର ପାଳନ ର ମହତ୍ତ୍ୱ ଉଦ୍ଦେଶ୍ୟ ରହିଛି ବୋଲି ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶରେ ତାତ୍ତ୍ୱିକ ଆଲୋଚନା ଦେଇଥିଲେ ।
ସମ୍ମାନନୀୟ ଅତିଥି ଭାବେ ଶ୍ରୀଧର ସୁନ୍ଦର ମିଶ୍ର (କଟକ),ଠାକୁରଙ୍କ ସେବାରେ ସହ ପ୍ରୀତିରୀତିକ୍ ବି. ସନ୍ତୋଷ କୁମାର୍ ସୁବୁଦ୍ଧି, ଆଶିଷ କୁମାର ସୁବୁଦ୍ଧି, ବି.ପାରସା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏବଂ ଓଡିଶାର ବିଭି୍ନପ୍ରାନ୍ତରୁ ଠାକୁର ଙ୍କ ଅଗଣିତଭକ୍ତ ଗୁରୁ ଭାଇ, ଭଉଣୀ ଓ ମାଆମାନେ ଯୋଗଦେଇଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *