February 17, 2026
Home » ଡକାୟତି ଉଦ୍ୟମ ତିନି ଗିରଫ, ଦୁଇ ଡକାୟତ ଫେରାର l

ଡକାୟତି ଉଦ୍ୟମ ତିନି ଗିରଫ, ଦୁଇ ଡକାୟତ ଫେରାର l

0
WhatsApp Image 2026-01-06 at 2.26.41 PM

ସୁବର୍ଣ୍ଣପୁର– ଡକାୟତି ଉଦ୍ୟମ ପଣ୍ଡ କରିଛି ଉଲୁଣ୍ଡା ପୁଲିସ l ଝାରବାହାଲି ଛକ ନିକଟରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଉଲୁଣ୍ଡା ପୁଲିସ ଟିମ୍ ଚଢାଉ କରି କାର ଜବତ ସହ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି l

ଗିରଫ ଅଭିଯୁକ୍ତ ମାନେ ଭେଡେନ ଅଞ୍ଚଳର ଦେବେନ୍ଦ୍ର ଧର, ଅତାବିରା ଥାନା ପୋଡ଼ବାଦିର ସୁରଜ ମହାପାତ୍ର ଏବଂ ଗଣ୍ଡ ତୁରୁମର ଅନିଲ ସେଠ୍ l ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଉକ୍ତ ସ୍ଥାନରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିଲା l କୌଣସି ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ସ୍ଥାନରେ ଚଢାଉ କରିଥିଲା l ସେଠାରେ ପୁଲିସ କୁ ଦେଖି ଦୁଇଜଣ ବ୍ୟକ୍ତି ଫେରାର ମାରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପୁଲିସ କାବୁ କରିଥିଲେ l କାର ଭିତରୁ ଦୁଇଟି ଛୁରୀ, ଗୋଟିଏ ଟାଙ୍ଗିଆ, ଦୁଇଟି ଲୁହା ଛଡ, ଲଙ୍କା ଗୁଣ୍ଡ ଆଦି ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା l

ଏନେଇ ଏକ ମାମଲା 2/26 ରୁଜୁ କରି ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇସି ଲିଙ୍ଗରାଜ ସେଠୀ ସୁଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *