December 2, 2025
Home » ଡ଼ିସେମ୍ବର 9 ରୁ ଜିଲ୍ଲା ରେ ଧାନ କିଣାଯିବ

ଡ଼ିସେମ୍ବର 9 ରୁ ଜିଲ୍ଲା ରେ ଧାନ କିଣାଯିବ

0
WhatsApp Image 2025-11-25 at 11.31.42 AM

 

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

 ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ମାନ୍ୟବର ସାଂସଦ, ବଲାଙ୍ଗିର, ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲାପାଳ ଡ. ନୃପରାଜ୍ ସାହୁ, ଆରକ୍ଷୀ ଅଧିକ୍ଷକ, ନାରାୟଣ ନାଏକଙ୍କ ସମେତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ନିରଦ ରଞ୍ଜନ ଦାଶ ଏହି ବୈଠକର ଆଲୋଚନା ପାଇଁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣା ଡିସେମ୍ବର ୯ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ପ୍ରକାଶ ପାଇଥିଲା । ଚଳିତବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ମୋଟ ୭୧୫୭୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । କ୍ଷେତ୍ରୀୟ ଯାଞ୍ଚ ପରେ ବୈଧ ଘୋଷିତ ଚାଷୀଙ୍କ ସଂଖ୍ୟା ୬୮୭୧୧ ରହିଛି । ମୋଟ ୧୦୪ ଟି ଧାନ କ୍ରୟ କେନ୍ଦ୍ର ରହିଛି ଯେଉଁଥିରେ ୭୧ ଗୋଟି ପାକ୍ସ (PACS) ପ୍ରାଥମିକ ସେବା ସମବାୟ ସମିତି, ୩୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ, ୦୩ (ତିନି) ଗୋଟି ସମ୍ପ୍ରସାରଣ କେନ୍ଦ୍ର ଓ ୫୪ ଗୋଟି ମିଲ ଅଂଶଗ୍ରହଣ କରିଥିବା ଜଣାପଡିଛି । ଚଳିତବର୍ଷ ୨୨ ଲକ୍ଷ୍ ୩୨ ହଜାର କ୍ଵିଣ୍ଟାଲ ଧାନ କ୍ରୟ କରିବାକୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟଲକ୍ଷ ଦିଆଯାଇଛି । ଧାନର ଧାର୍ଯ୍ୟମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ରଖାଯାଇଛି । ଧାନ କିଣାରେ ସ୍ବଚ୍ଛତା, ଚାଷୀଙ୍କ ଧାନ ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ଚାଷୀ, ପ୍ରତିନିଧିଙ୍କ ଅସୁବିଧା ଶୁଣି ତାର ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସୁଚାରୁ ରୂପେ ଧାନ କ୍ରୟ କରିବାକୁ ମାନ୍ୟବର ସାଂସଦ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *