November 19, 2025
Home » ଡିଆରଏମଙ୍କ ଦ୍ଵାରା ସମର୍ କ୍ୟାମ୍ପ ୨୦୨୫ ପାଇଁ ପୋଷ୍ଟର ଉନ୍ମୋଚିତ

ଡିଆରଏମଙ୍କ ଦ୍ଵାରା ସମର୍ କ୍ୟାମ୍ପ ୨୦୨୫ ପାଇଁ ପୋଷ୍ଟର ଉନ୍ମୋଚିତ

0
WhatsApp Image 2025-04-22 at 5.22.40 PM

ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ – ୱାଲଟେୟାର ସମର କୋର୍ସ ୨୦୨୫ ଚଳିତ ମାସ ଏପ୍ରିଲ ୨୨ ରୁ ମେ ୩୧ ତାରିଖ ଦୀର୍ଘ ୪୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଶିବିର ୨୦୨୫ ଆୟୋଜନ କରିବାକୁ ଯାଉଛି। ଏହି ସଂପର୍କରେ ବିଭାଗୀୟ ରେଳ ପରିଚାଳକ ଶ୍ରୀ ଲଲିତ ବୋହରା ଆଜି ପୋଷ୍ଟର ଉନ୍ମୋଚନ କରିଛନ୍ତି। ଏହି ଗ୍ରୀଷ୍ମ ଶିବିର ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ୦୫ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଆଥଲେଟିକ୍ସ, ବକ୍ସିଂ, ବାସ୍କେଟବଲ୍, କ୍ରିକେଟ୍, ବଲ୍ ବ୍ୟାଡମିଣ୍ଟନ୍, ଫୁଟବଲ୍, ଶଟଲ୍ ବ୍ୟାଡମିଣ୍ଟନ୍, ସ୍କେଟିଂ, ସନ୍ତରଣ, ଟେବୁଲ୍ ଟେନିସ୍, ଟେନିସ୍ ଏବଂ ଭଲିବଲ୍ ସହିତ ବିଭିନ୍ନ କ୍ରୀଡ଼ାରେ କୋଚିଂ ପ୍ରଦର୍ଶନ କରାଯିବ ।
ଏହି ଅବସରରେ ଡିଆରଏମ ଶ୍ରୀ ଲଲିତ ବୋହରା ତାଙ୍କ ସମ୍ଭାଷଣରେ କହିଛନ୍ତି ଯେ ,ୱାଲ୍ଟେୟାର ଡିଭିଜନର ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଦ୍ଵାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ, ଯୁବ ପ୍ରତିଭାଙ୍କ ପ୍ରତିପୋଷଣ, କ୍ରୀଡ଼ାବିତ୍ଙ୍କ ଆତ୍ମାକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ସ୍ଥାନୀୟ ତଥା ଆନ୍ତର୍ଜାତୀୟ କ୍ରୀଡ଼ାରେ ଉତ୍କର୍ଷ ହେବା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରଖିବା ସହ ଏହି ଶିବିରରେ ରେଳ କର୍ମଚାରୀଙ୍କ ସମସ୍ତ ପିଲା ତଥା ବିଶାଖାପାଟନମରେ ରହୁଥିବା ସମସ୍ତଙ୍କ ଉଭୟ ବାଳକଙ୍କ ପାଇଁ ଆଥଲେଟିକ୍ସ, ବକ୍ସିଂ, ବାସ୍କେଟବଲ୍, କ୍ରିକେଟ୍, ବଲ୍ ବ୍ୟାଡମିଣ୍ଟନ୍, ଫୁଟବଲ୍, ଶଟଲ୍ ବ୍ୟାଡମିଣ୍ଟନ୍, ସନ୍ତରଣ, ଟେବୁଲ୍ ଟେନିସ୍, ଟେନିସ୍, ଯୋଗ, ଭଲିବଲ୍ ଏବଂ ବାଳିକାଙ୍କ ପାଇଁ ଆଥଲେଟିକ୍ସ, ବକ୍ସିଂ, ବାସ୍କେଟବଲ୍, ଶଟଲ୍ ବ୍ୟାଡମିଣ୍ଟନ୍, ସନ୍ତରଣ, ଟେବୁଲ୍ ଟେନିସ୍, ଯୋଗ ଏବଂ ଟେନିସ୍ ଭଳି ମାଗଣା କୋଚିଂ ପାଇବା ସଙ୍ଗେ ସଙ୍ଗେ ବିଶାଖାପାଟନମ୍ ୱାଲ୍ଟେର୍ ରେଲୱେ ଷ୍ଟାଡିୟମରେ ପିଲାମାନେ ବିଶ୍ୱ ସ୍ତରୀୟ କ୍ରୀଡା ସୁବିଧା ପାଇପାରିବେ।

ଏହି ଶିବିର କ୍ରିକେଟ୍, ସନ୍ତରଣ, ଏବଂ ଟେନିସ୍ ପାଇଁ ନିର୍ଦ୍ଦିଷ୍ଟ ପ୍ରବେଶ ନିୟମ ସହିତ ପଞ୍ଜୀକରଣ ପାଇଁ ଖୋଲା ଅଛି । ଆଗ୍ରହୀ ବ୍ୟକ୍ତିମାନେ ଅଧିକ ବିବରଣୀ ଏବଂ ଆଡମିଶନ ସୂଚନା ପାଇଁ ୱାଲ୍ଟେୟାର ରେଲୱେ ଇନଡୋର ଷ୍ଟାଡିୟମ – ବିଶାଖାପାଟନମରେ ସାଧାରଣ ସମ୍ପାଦକଙ୍କୁ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ କେ ସନ୍ଦୀପ ସୂଚନା ପ୍ରଦାନ କରିଛନ୍ତି ।
ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଏଡିଆରଏମ (ଅପରେସନ୍ସ) ଶ୍ରୀ ମନୋଜ କୁମାର ସାହୁ,ଏଡିଆରଏମ(ଇନଫ୍ରା) ଶ୍ରୀ ଇ ସନ୍ଥାରାମ, କ୍ରୀଡ଼ା ଅଧିକାରୀ ଶ୍ରୀ ଏମ ହରନାଥ, ସ୍ପର୍ଟସ ପରାମର୍ଶଦାତା ଶ୍ରୀ ଏ.କେ ମହାରଣା, ଯୁଗ୍ମ କ୍ରୀଡ଼ା ଅଧିକାରୀ ଶ୍ରୀ ଏ ଅବିନାଶ, କୋଷାଧ୍ୟକ୍ଷ ଶ୍ରୀ ଜୁସୁଫ କବୀର ଅନସାରୀ, ସହକାରୀ କ୍ରୀଡ଼ା ଅଧିକାରୀ ଶ୍ରୀ ଏସହେଚ ପାଟିଲ ଓ ଶ୍ରୀ ସାହୁ ଏବଂ ସାଧାରଣ ସମ୍ପାଦକ ଏନ.ଉଷା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *