November 21, 2025
Home » ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଓଡ଼ିଶା ବସ୍ ମାଲିକ ସଂଘର ଧର୍ମଘଟ ଧମକ

ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଓଡ଼ିଶା ବସ୍ ମାଲିକ ସଂଘର ଧର୍ମଘଟ ଧମକ

0
WhatsApp Image 2025-11-17 at 8.56.17 PM

 

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି।ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। କାରଣ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ରହିଛି। ଏହା ହେଲେ ସେମାନେ ଆମକୁ ଅଯଥାରେ ହଇରାଣ କରିବା ସହିତ ବସ୍ ସେବାରେ ବାଧା ଏବଂ ଦଣ୍ଡ ଭିତ୍ତିକ କାର୍ଯ୍ୟାନୁଷ୍ଠାନ ବଢ଼ିବାର ଆଶଙ୍କା ରହିଛି।ପ୍ରାୟ ୪୦ ବର୍ଷ ପୂର୍ବେ ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ବୃଦ୍ଧି ଯୋଗୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିଫଳ ହୋଇଥିଲା। ସେବେଠାରୁ, ପୁଲିସର ସମ୍ପୃକ୍ତି ବିନା ମୋଟର ଯାନ ଯାଞ୍ଚ୍ କରାଯାଉଛି।ଧାରା ୧୮୪ ଅନୁଯାୟୀ ଦ୍ରୁତ ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଆରୋହୀଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ କରାଯାଉଛି। ସେଥିରେ ହେଲମେଟ, ସିଟ୍ ବେଲ୍ଟ ଏବଂ ଟ୍ରିପଲ୍ ରାଇଡିଂ ଯାଞ୍ଚ ଅନ୍ତର୍ଭୁକ୍ତ ରହିଛି। ଏହା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଉପଯୋଗୀ ଥିବାରୁ ଆମେ ଏହାକୁ ସମର୍ଥନ କରିଥିଲୁ। କିନ୍ତୁ ପୁଲିସ କର୍ତ୍ତୃପକ୍ଷଙ୍କ ନିଜର କ୍ଷମତା ପରିସରକୁ ଧୀରେ ଧୀରେ ବୃଦ୍ଧି କରୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି। ସଂଘ ଜୁନ୍ ମାସରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଜୁଲାଇ ୮ ତାରିଖରେ, ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଡ୍ରାଇଭର୍ସ ମହାସଂଘ ପକ୍ଷରୁ ବାଣିଜ୍ୟିକ ଯାନବାହନ ଚାଳକଙ୍କ ଦ୍ୱାରା ରାଜ୍ୟବ୍ୟାପୀ ‘ଷ୍ଟିଅରିଂ ଛାଡ଼ ପ୍ରତିବାଦ ଆରମ୍ଭ ହୋଇଥିଲା। ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୧୪ ତାରିଖରେ ଓଡ଼ିଶା ଗସ୍ତ ପାଇଁ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସମ୍ମାନ ଜଣାଇ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ସଂଘ ନଭେମ୍ବର ୨୫ ତାରିଖରେ ଏକ ସାଧାରଣ ବୋର୍ଡ ବୈଠକ କରିବ। ଯଦି ସରକାର ଆନୁଷ୍ଠାନିକ ଭାବରେ ପୁଲିସକୁ ଏହି କ୍ଷମତା ପ୍ରଦାନ କରନ୍ତି, ତେବେ ଡିସେମ୍ବର ୧ ରୁ ସାରା ଓଡ଼ିଶାରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *