ଡିସେମ୍ବର 20 ରେ ପୁରୀରେ ହେବ ଜାତୀୟ ଡ଼ୁମାଳ ଦିବସ
ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ମା ମାହେଶ୍ୱରୀ ସଂସ୍କୃତି ପରିଷଦର କର୍ମକର୍ତ୍ତା l
ସୁବର୍ଣ୍ଣପୁର: ପୁରୀ ୟୁଥ ହଷ୍ଟେଲ ଠାରେ ମା ମାହେଶ୍ୱରୀ ସଂସ୍କୃତି ପରିଷଦ ପରଫରୁ ଏକ ସାମ୍ବାଦିକ ସମ୍ବିଳନୀ କରି ଆସନ୍ତା ଡିସେମ୍ବର 20ତାରିଖରେ ୟୁଥ ହଷ୍ଟେଲ ଠାରେ ଜାତୀୟ ଡ଼ୁମାଳ ଦିବସ ପାଳନ କରାବା ପାଇଁ ସୂଚନା ପ୍ରଦାନ କରିଛନ୍ତି l ଏଥିରେ ଡ଼ୁମାଳ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉଦ୍ଜୀବିତ କରିବା ସହିତ ଜାତିର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗୋପାଳନ, ବାଣିଜ୍ୟ, ସାମ୍ବିଧାନିକ ଅଧିକାର, ରାଜନୈତିକ ଅଧିକାର ହାସଲ କରିବା ପାଇଁ ପ୍ରୟାସ ରହିବ ବୋଲି ମତବ୍ୟକ୍ତ କରିଥିଲେ l ଉକ୍ତ ସାମ୍ବାଦିକ ସମ୍ବିଳନୀରେ ମା ମାହେଶ୍ୱରୀ ସଂସ୍କୃତି ପରିଷଦର ଅଧ୍ୟକ୍ଷ ହରିଶଙ୍କର ବେହେରା, ଉପାଧ୍ୟକ୍ଷ ଚୈତନ୍ୟ କର୍ଣ୍ଣ, ସମ୍ପାଦକ ହୀରା ମହାକୁର, ଉପଦେଷ୍ଟା ତଥା ମାହେଶ୍ୱରୀ ଘଟସୂତ୍ର ପରିଷଦର ଅଧ୍ୟକ୍ଷ ମୁରଲୀଧର ପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ମାହେଶ୍ୱରୀ ସଂସ୍କୃତି ନାମରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ ହେବ ବୋଲି ସୂଚନା ପ୍ରଦାନ କରିଥିଲେ l ପୁରୀରେ ଡ଼ୁମାଳ ମାନେ ଜଗନ୍ନାଥ ଙ୍କ ପ୍ରଥମ ସେବକ ଥିଲେ l ଏକଦା ଶ୍ରୀମନ୍ଦିରକୁ କ୍ଷୀର, ଦହି ଯୋଗାଉଥିଲେ l ଏହି କିମ୍ବଦନ୍ତୀକୁ ପ୍ରମାଣିତ କରିବା ପାଇଁ ଏକ ଆଲୋଚନା ଚକ୍ର ଆୟୋଜନ କରିବା ସହିତ ପୁରୀ ଓ ଭୁବନେଶ୍ୱର ରେ ଡ଼ୁମାଳ ଭବନ ନିର୍ମାଣ ନିମନ୍ତେ ଜମି ଓ ଅନୁଦାନ ପାଇବାକୁ ସରକାରଙ୍କ ପାଖରେ ଆବେଦନ କରିବା ପାଇଁ ସ୍ଥିର ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ଼ୁମାଳ ଜାତିର ଗୌରବ ମାନ୍ୟବର କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ମୁଖ୍ୟ ଆଲୋଚକ ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସୁରେନ୍ଦ୍ର କୁମାର ମିଶ୍ର ଓ ଚେନାଇ ବେଦ ବିଶ୍ୱ ବିଦ୍ୟାଳୟ ର କୁଳପତି ଡ. ହରିହର କାନୁନଗୋ ଯୋଗ ଦେବାର ସ୍ୱୀକୃତି ଦେଇଛନ୍ତି l ଏଣୁ ରାଜନୌତିକ ମତଭେଦକୁ ଭୁଲି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରିବା ପାଇଁ ଆୟୋଜକ ମାନେ ଅନୁରୋଧ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
