ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ
ବ୍ରହ୍ମପୁର,: ପୁରୁଷୋତ୍ତମପୁର ଅନ୍ତର୍ଗତ ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ଅନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ), ଅଙ୍କୁଶପୁର ଶାଖା ପକ୍ଷରୁ ଏକ ଭବ୍ୟ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ ଆୟୋଜନ ହୋଇଯାଇ ଅଛି । ‘ଅଜାମିଳ ଚରିତ’
ଏକ ସପ୍ତାହବ୍ୟାପୀ ମହୋତ୍ସବରେ ଶ୍ରୀମଦ୍ ଭାଗବତର ଏକ ଅତି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ଅଜାମିଳ ଚରିତ’ ବା ‘ନାମ ମାହାତ୍ମ୍ୟ’ ଉପରେ ଆଲୋକପାତ କରାଯାଇଥିଲା। ଭଗବାନଙ୍କ ନାମ ସଂକୀର୍ତ୍ତନ ଦ୍ୱାରା ଜଣେ ବ୍ୟକ୍ତି କିପରି ସମସ୍ତ ପାପରୁ ମୁକ୍ତି ପାଇ ପରମଗତି ପ୍ରାପ୍ତ କରିପାରିବେ, ତାହା ଏହି ପ୍ରସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ଥିଲାବକ୍ତା ଓ ଅତିଥି ଭାବେ ଇସ୍କନ ଭୁବନେଶ୍ୱରର ବିଶିଷ୍ଟ ପ୍ରବକ୍ତା ଶ୍ରୀପାଦ ଅକ୍ଷୟହରି ଦାସ ନିଜର ସୁଲଳିତ କଣ୍ଠରେ ଭାଗବତ କଥା ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମ ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ ଜଗଦଗୁରୁ ଶ୍ରୀଳ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଛି।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
