December 3, 2025
Home » ତିନିଦିନିଆ ମିଡିଆ ମହାକୁମ୍ଭ ଉଦଘାଟିତ
DSC07554

 

 

ନୂଆ ଧାରା ତିଆରି କରିବ ମିଡ଼ିଆ ୫.୦

ଭୁବନେଶ୍ୱର: ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ମିଡ଼ିଆ ୫.୦ ଏକ ନୂଆ ଧାରା ତିଆରି କରିବ | ସାମାଜିକ ଗଣମାଧ୍ୟମ ସମେତ ପାରମ୍ପରିକ ଗଣମାଧ୍ୟମ ମଧ୍ୟ ଏଥିରେ ପ୍ରଭାବିତ ହେବେ | ତଥ୍ୟ ସଂଗ୍ରହଠାରୁ ଆରମ୍ଭକରି ପ୍ରସାରଣ ପର୍ଯ୍ୟନ୍ତ ମିଡ଼ିଆ ୫.୦ର ଏକ ବଡ ଭୂମିକା ରହିବ ବୋଲି ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ  ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଆନୁକୁଲ୍ୟରେ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ସହଭାଗିତାରେ ନବମ ଜାତୀୟ ଗଣମାଧ୍ୟମ ସମ୍ମିଳନୀ-୨୦୨୫ ଉଦଘାଟିତ ହୋଇଯାଇଛି |

ଏହି ତିନିଦିନିଆ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ‘ମିଡ଼ିଆ ୫.୦: ଡିଜିଟାଲ୍ ଯୋଗାଯୋଗ’ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ | କୃତ୍ରିମ ବୁଦ୍ଧିମତା, ମେସିନ ଲର୍ଣିଙ୍ଗ, ଇଣ୍ଟରନେଟ ଅଫ୍ ଥିଙ୍ଗସ୍ , ଅଗମେଣ୍ଟେଡ୍ ରିଅଲିଟି ଓ ଭର୍ଚୁଆଲ୍ ରିଅଲିଟି ଆଦି ନୂତନ ଜ୍ଞାନ କୋୖଶଳ ଦ୍ୱାରା ଗଢ଼ି ଉଠୁଥିବା ପରିବର୍ତ୍ତନଶୀଳ ମିଡ଼ିଆର ରୂପରେଖ ଉପରେ ଚର୍ଚ୍ଚା ହୋଇଥିଲା | ଡିଜିଟାଲ ମିଡିଆର ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ତିଆରିକରିବା ପାଇଁ ଧ୍ୟାନ ଦିଆଯାଇଥିଲା ।ଏହି ସମ୍ମିଳନୀରେ ଯୋଗଦେଇ, କର୍ଣ୍ଣାଟକର କୋପାଲ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି. କେ. ରବି କହିଥିଲେ ଯେ ବର୍ତ୍ତମାନ କୁତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ଅନେକ ବଢ଼ି ଚାଲିଛି | ଏ.ଆଇ ସିଷ୍ଟମଗୁଡିକ ମାନବ ହସ୍ତକ୍ଷେପ ବିନା ବହୁତ ସମୟ କଣ୍ଟେଣ୍ଟକୁ ଅପ୍ଟିମାଇଜ୍ କରିବା ସହ ବିତରଣ କରୁଛନ୍ତି, ଯାହା ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବ ପକାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ |ମୁଖ୍ୟବକ୍ତା ଭାବେ ଯୋଗଦେଇ, ଆଇ.ଆଇ.ଟି ଭୁବନେଶ୍ୱରର ଏ.ଆଇ ଓ ଏଚ୍.ପି.ସି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡଃ ଅଶ୍ୱିନୀ କୁମାର ନନ୍ଦ କହିଲେ ଯେ, “ଭ୍ରମାତ୍ମକ ବର୍ଣ୍ଣନା ବା ମିଥ୍ୟା ନ୍ୟାରେଟିଭ୍ ସମାଜିକ ଅସ୍ଥିରତା ତିଆରି କରିପାରେ, ସେଥିପାଇଁ କଠୋର ଓ ଦୃଢ଼ ଆଇନର ଆବଶ୍ୟକତା ରହିଛି ।”

ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରୋ ଭାଇସ୍-ଚାନ୍ସେଲର୍ ଓ ଗଣଯୋଗାଯୋଗ ପ୍ରଫେସର ଡଃ କେ.ଭି. ନାଗରାଜ କହିଲେ ଯେ ପ୍ରଯୁକ୍ତିବିଦ୍ୟା ସହ ନୈତିକତାକୁ ଗୁରୁତ୍ୱ ଦେଇ ଗଣମାଧ୍ୟମ ଲୋକଙ୍କ ସ୍ୱର ହେବ ଉଚିତ |ଏହି ଅବସରରେ ତ୍ରିପୁରା ସେଣ୍ଟ୍ରାଲ୍ ୟୁନିଭର୍ସିଟିର ପୂର୍ବତନ କୁଳପତି ପ୍ରଫେସର ଭି.ଏଲ୍. ଧାରୁରକରଙ୍କୁ ସମ୍ୱାଦିକତା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ସେହିପରି, ସମ୍ମିଳନୀ ପୁସ୍ତକ ସମେତ ପାଞ୍ଚଗୋଟି ବହି ଉନ୍ମୋଚିତ ହୋଇଥିଲା |

 

ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଏହି କନକ୍ଲେଭରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ସହ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା ।

ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟର କିମ୍ସ ଅଡିଟୋରିୟମରେ ଏହି ତିନି ଦିନିଆ ମିଡିଆ ମହାକୁମ୍ଭ ଆରମ୍ଭ ହେବ। ଏହି ବାର୍ଷିକ କନକ୍ଲେଭରେ ଯାହା ଭାରତର ସବୁଠାରୁ ବଡ ମିଡିଆ ମହାକୁମ୍ଭ ଭାବେ ପରିଚିତ, ଦେଶର ଶୀର୍ଷ ଗଣମାଧ୍ୟମର ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ଏବଂ ଯୋଗାଯୋଗ ବିଶେଷଜ୍ଞ ମାନେ ବିଚାରର ଆଦାନପ୍ରଦାନ କରିବେ ବୋଲି ସମ୍ମିଳନୀର ଅଧ୍ୟକ୍ଷ ତଥା ଆଇ.ଏମ.ଏସ.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ କହିଛନ୍ତି |

‘କୁତ୍ରିମ ବୁଦ୍ଧିମତ୍ତା, ଡିପଫେକ୍ ଏବଂ ବିଶ୍ୱସନୀୟତା ସଙ୍କଟ’ ଏବଂ ‘ମିଡିଆ ଫୋରେନସିକ୍ସ ଏବଂ ସିନ୍ଥେଟିକ୍ ମିଡିଆ: ଏହାର ପ୍ରଭାବ’ ଶୀର୍ଷକରେ ଦୁଇଟି ବୈଷୟିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ସେହିପରି ସ୍ୱର୍ଗତ ପ୍ରଫେସର ସୁନିଲକାନ୍ତ ବେହେରା ଙ୍କ ସ୍ମୃତି ଉଦେଶ୍ୟରେ ପ୍ରଫେସର୍ ଭି.ଏଲ. ଧାରୁରକର ତୃତୀୟ ମେମୋରିଆଲ ଅଭିଭାଷଣ ପ୍ରଦାନ କରିଥିଲେ | ରବିବାର ଦିନ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ |

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *