March 20, 2026
Home » ତୃତୀୟ ଅମ୍ବେଦକର ମିଳନ ମିଶନ ୨୦୨୬

ତୃତୀୟ ଅମ୍ବେଦକର ମିଳନ ମିଶନ ୨୦୨୬

0
WhatsApp Image 2026-03-17 at 9.18.42 AM (1)

 

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ନିକଟସ୍ଥ ଜ୍ଞାନ ଗ୍ରାମରେ ଅମ୍ବେଦକର ଲଭର୍ସ, ଜ୍ଞାନ ଆନୁକୂଲ୍ୟରେ ତୃତୀୟ ଅମ୍ବେଦକର ମିଳନ ମିଶନ ୨୦୨୬ ସମାରୋହରେ ପାଳିତ ହୋଇଯାଇଛି । ଲକ୍ଷ୍ମଣ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁ – ‘ନାରୀ ଶିକ୍ଷା ଓ ନାରୀ ଅଧିକାର ପ୍ରତି କ୍ରାନ୍ତିଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଅବଦାନ ଓ ଭୂମିକା” ଉପରେ ବିଶେଷ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ଏଲଡିଏ ର ପ୍ରତିଷ୍ଠାତା ଲବ ସୁନା, ମୁଖ୍ୟ ବକ୍ତା ଭାବେ ଜଗଦୀଶ ବୌଦ୍ଧ, ସମ୍ମାନୀତ ଅତିଥି ଭାବେ ହେମନ୍ତ ଗର୍ଡିଆ, ଗହଳ ମହାନନ୍ଦ, ଯୁବ ପ୍ରବକ୍ତା ସମାଜ ସେବୀ କାହ୍ନା ସୁନା, ସନ୍ତୋଷ ବାଗ, ନାରୀ ପ୍ରବକ୍ତା ସମାଜ ସେବିକା ପିଙ୍କି ମହାନନ୍ଦ, ଝରଣା ମହାନନ୍ଦ ଉପସ୍ଥିତ ଥିଲେ ।

ପ୍ରଫେସର ଚନ୍ଦ୍ରକାନ୍ତ ମହାନନ୍ଦଙ୍କ ପରିଚାଳନାରେ ସମ୍ପାଦକ ସାମନ୍ତ ମହାନନ୍ଦ ତଥା ଯୁବ ସମାଜସେବୀ ବହୁଜନ ମିଶନ ଅମ୍ବେଦକରବାଦୀ ପୃଷ୍ଠା ଆଡମିନ୍ ରାଜେଶ ପାଇକ ଏବଂ ପ୍ରଭାତ ରଜହଂସ ସାମିଲ ଥିଲେ । ହଜାର ସଂଖ୍ୟାରେ ଅମ୍ବେଦକର ପ୍ରେମି ପୁରୁଷ ଓ ମହିଳା ଉପସ୍ଥିତ ଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କର ବିଷୟରେ ବିଶେଷ ଜ୍ଞାନ ଆହରଣ କରିଥିଲେ । ପ୍ରଭାତ ରଜହଂସ, ସୁଦାମ କଲେତ, ଇଶାନ୍ତ ମହାନନ୍ଦ, କାଳିଆ ବାଗ, ମାଲିଆ ବାଗ, ଦୀନବନ୍ଧୁ ମହାନନ୍ଦ, ରାଘବ ମହାନନ୍ଦ, ଭକ୍ତ ମହାନନ୍ଦ, ରୋହିତ ବାଗ, ଦିନେଶ ମହାନନ୍ଦ, ଆକାଶ ମହାନନ୍ଦ, ମୁକେଶ ମହାନନ୍ଦ, ସୁମନ୍ତ ମହାନନ୍ଦ, ଦିଲ୍ଲୀପ ମହାନନ୍ଦ, ସରୋଜ ମହାନନ୍ଦ, ଦୁକାଲୁ ମହାନନ୍ଦ, ମିଥୁନ ସୁନା ଆଦି କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *