November 13, 2025
Home » ତେନ୍ତୁଳିପାଲି କୈଳାସି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ l

ତେନ୍ତୁଳିପାଲି କୈଳାସି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-11-04 at 12.52.20 PM

ସୁବର୍ଣ୍ଣପୁର— ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ତେନ୍ତୁଳିପାଲି ଗ୍ରାମରେ କୈଳାସି ଯାତ୍ରା ଉପଲକ୍ଷେ ମା ଶାରଦା ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ଭାଙ୍ଗିଲା ସଂସାର ଯୋଡିବ କିଏ ମଞ୍ଚସ୍ଥ ହୋଇଯାଇଛି। ନାଟକକୁ ସୂର୍ଯ୍ୟମଣି ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ ସାନ ବେହେରା ସହ ନିର୍ଦ୍ଦେଶକ ଥିଲେ। ସଞ୍ଜିତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ, ରମେଶ ପ୍ରସାଦ ସାହୁ, ଶିବପ୍ରସାଦ ସାହୁ, ବିପିନ ବିହାରୀ ଦାଶ, ବହିରା ସମିତି ସଭ୍ୟା ପ୍ରତିନିଧି କହ୍ନେଇ ବାଦୀ, ଶ୍ରୀତମ ଡାଙ୍ଗ,ଶିକ୍ଷକ ଗଣ୍ଡାରାମ ସାହୁ, ଶାନ୍ତନୁ ମିର୍ଦ୍ଧା, ବିଶ୍ୱମୋହନ ନାୟକ, ଶିରିଷ ଗାଈଗୌରିଆ, ଆନନ୍ଦ ଚନ୍ଦ୍ର ରଥ, ଗ୍ରାମ୍ୟ କମିଟୀ ସଭାପତି ଜଗଦୀଶ ବେହେରା, ବିଭୀଷଣ ସେଠୀ, ଇନ୍ଦ୍ରଜିତ ବେହେରା, ଶାନ୍ତନୁ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନାଟକ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *