ତେଲଙ୍ଗାପଦର ନିକଟରେ ଖଣି ଖାଦାନକୁ ବିରୋଧରେ ନକ୍ସଲ ବ୍ୟାନର
ରାୟଗଡା ଜିଲ୍ଲାର ମୁନିଗୁଡ଼ା ବ୍ଲକ ତେଲଙ୍ଗାପଦର-ଚନ୍ଦ୍ରପୁର ରାସ୍ତା ( ତେଲେଙ୍ଗାପଦର ଛକ ନିକଟ) ରେ ଖଣି ଖନନକୁ ବିରୋଧ କରୁଥିବା ଏକ ବ୍ୟାନର ଲାଗିଥିବା ଦେଖାଦେଇଛି। ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି Iଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟାନର ଜବତ କରିଚି। ବଂଶଧାରା ଘୁମୁସର ନIଗIବଳୀ (ବାଘୁନା ) ଅଧୀନରେ ରାୟଗଡ଼ା ଅଞ୍ଚଳ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ରହିଥିବାରୁ ଏହା ନେଇ ଅଞ୍ଚଳରେ ଥିବା ନକ୍ସଲ ସମର୍ଥକଙ୍କ ନା ଅସଲି ନକ୍ସଲଙ୍କ କାର୍ଯ୍ୟକଳାପ ତାହା ନେଇ ରାୟଗଡ଼ା ପୋଲିସ ତତ୍ପରତା ସହ ତଦନ୍ତ କରୁଛି।ରାୟଗଡ଼ା ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ନଥିବା ନେଇ ପୂର୍ବରୁ ପୋଲିସ କହିଥିବା ବେଳେ ଚନ୍ଦ୍ରପୁର ଏବଂ ମୁନିଗୁଡ଼ାରେ ଏପରି ମାଓ କାର୍ଯ୍ୟକଳାପ ଦେଖାଯାଇଛି ଏବଂ ଉକ୍ତ ବ୍ୟନରକୁ ନେଇ ଜିଲ୍ଲା ପୋଲିସ ସଜାଗ ହୋବା ସହ ନକ୍ସଲ ଗତିବିଧି କାର୍ଯ୍ୟକଳାପ ପ୍ରତି ରାୟଗଡ଼ା ପୋଲିସ ତୀକ୍ଷ୍ଣ ନଜର ରଖି କଡାକଡି ଭାବେ ତଦାରଖ ଜାରି ରଖିଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
