November 12, 2025
Home » ଦକ୍ଷିଣପାଲି ଗ୍ରାମ ଠାରେ ଉଭୟ ପୁରୁଷ ଓ ମହିଳା ଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍

ଦକ୍ଷିଣପାଲି ଗ୍ରାମ ଠାରେ ଉଭୟ ପୁରୁଷ ଓ ମହିଳା ଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍

0
WhatsApp Image 2025-11-07 at 3.03.41 PM

ସୁବର୍ଣ୍ଣପୁର: ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଉଦଘାଟନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞଳିନା ପ୍ରଧାନ ଉପସ୍ଥିତ ରହି ହକି ମ୍ୟାଚର ଶୁଭାରମ୍ଭ କରିଥିଲେ। ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ ଦେଶର ଜାତୀୟ ଖେଳ ହକିର ବିକାଶ ଓ ଉନ୍ନତି ପାଇଁ ନିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଏହି ଛୋଟ ଗାଁ ଦକ୍ଷିଣପାଲି ଏବଂ ଅଞ୍ଚଳର ଜନସାଧାରଣଙ୍କ ହକି ଖେଳ ପ୍ରତି ଥିବା ଅନୁରକ୍ତି ଓ ପ୍ରୟାସ କୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅଞ୍ଚଳର ଯୁବକ ଯୁବତୀ, ଛାତ୍ରୀ ଛାତ୍ରୀ ଓ ଖେଳାଳୀମାନଙ୍କୁ ବହୁ ସଂଖ୍ୟାରେ ହକି ଖେଳ ପ୍ରତି ଆକର୍ଷିତ ହୋଇ ହକି ଖେଳ ଖେଳିବା ପାଇଁ ଆହ୍ବାନ ଦେବା ସହିତ ଅନୁରୋଧ କରିଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚରେ ଦୁଇଗୋଟି ପୁରୁଷ ହକି ଦଳ ଓ ଦୁଇ ଗୋଟି ମହିଳା ହକି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅବସରରେ ସରପଞ୍ଚ, ସିଂଢୋଲ ଗ୍ରାମ ପଞ୍ଚାୟତ, ଶ୍ରୀ ପ୍ରଦୀପ କୁମାର ଦେହୁରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପୁରୋହିତଙ୍କ ସମେତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର କ୍ରୀଡ଼ା ଶାଖା ର ପ୍ରତ୍ୟକ୍ଷ ତତ୍ବାବଧାନରେ ଶ୍ରୀ ରାମ କୁମାର ସାହୁ, ପରିଚାଳକ, ହକି ଦଳ, ସୋନପୁର ଉପରୋକ୍ତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚର ଆୟୋଜନ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *