July 1, 2025
Home » ଦରମା ମିଳୁନାହିଁ ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର ଙ୍କୁ, ରାଜରାସ୍ତା କୁ ଓହ୍ଲେଇବାକୁ ସଜବାଜ ହେଲେଣି l

ଦରମା ମିଳୁନାହିଁ ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର ଙ୍କୁ, ରାଜରାସ୍ତା କୁ ଓହ୍ଲେଇବାକୁ ସଜବାଜ ହେଲେଣି l

0
WhatsApp Image 2024-11-10 at 8.00.27 PM

ସୁବର୍ଣ୍ଣପୁର — ରବିବାର ଦିନ ସୁରେଶ୍ଵରୀ କଲ୍ୟାଣ ମଣ୍ଡପରେ ସୁବର୍ଣ୍ଣପୁର ଜିଲ୍ଲା ର ଏମ୍ ବି କେ,ସିଆରପି, ବ୍ୟାଙ୍କ୍ ମିତ୍ର,ପ୍ରାଣୀ ମିତ୍ର ଓ କୃଷି ମିତ୍ର ସଂଘ ର ଏକ ବୈଠକରେ ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଉପରେ ବେଶ୍ ଗର୍ଜିଥିଲେ। ସରକାର ଙ୍କ ଆଦେଶ ମାନି ସେମାନେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଲଗାତାର ଭାବେ ଆଠ ମାସ ଧରି ଦରମା ମିଳିନଥିବାରୁ ବହୁ ଅକଥନୀୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତଥା ସେମାନେ ଆଣିଥିବା ସ୍କୁଟି ଲୋନ୍ ର କିସ୍ତି ମଧ୍ୟ ସୁଝି ପାରୁନାହାନ୍ତି। ସେମାନଙ୍କର ଅସୁବିଧା ନେଇ ଭୂବନେଶ୍ଵର ରେ ବିଭିନ୍ନ ଅଧିକାରୀ ଙ୍କୁ ଭେଟିବା ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ମଧ୍ୟ ଜଣାଇଥିଲେ । ସେ ମଧ୍ୟ ସମସ୍ତ କଥାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଅଦ୍ୟାବଧି ସେମାନଙ୍କ କୌଣସି କଥାପ୍ରତି ସରକାର ଦୃଷ୍ଟି ଦେଇନଥିବା ହେତୁ ଆଗାମୀ ଦିନରେ ବିଧାନସଭା ଘେରାଉ କରିବା ସହ ରାଜରାସ୍ତା କୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସର୍ବସମ୍ମତି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।ପୂର୍ବରୁ ସଂଘ ତରଫରୁ ଜିଲ୍ଲା ର ବୀରମହାରାଜପୁର ଉପଖଣ୍ଡ ର ୧୫ ଟି ପଞ୍ଚାୟତ ରେ ତାଲା ଝୁଲାଇଥିବା ସହ ଜିପିଏଲ୍ଏଫ୍ ଙ୍କ ଦାବିପତ୍ର ପ୍ରଦାନ କରିଥିଲେ ହେଲେବି ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ଉପସ୍ଥିତ ସଂଘ କର୍ମକର୍ତ୍ତା ମାନେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜିର ଏହି ବୈଠକ ରେ ସଭାନେତ୍ରୀ ମଲ୍ଲି ସାହୁ,ପୁଷ୍ପା ପଣ୍ଡା,ରେଖା ନାଏକ,ଅଦିତି ଭୋଇ,ବବିତା ରାଣୀ ମହାପାତ୍ର ପ୍ରମୁଖ ଜିଲ୍ଲା ର ୬ଗୋଟି ବ୍ଲକର ଏମବିକେ,ସିଆରପି, ବ୍ୟାଙ୍କ୍ ମିତ୍ର, ପ୍ରାଣୀମିତ୍ର ଓ କୃଷି ମିତ୍ର ର ସଦସ୍ୟାମାନେ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *