December 3, 2025
Home » ଦାଦନ ଶ୍ରମିକ ବିଜୟ ମହାନନ୍ଦିଆ ଙ୍କ ମର ଶରୀର ନିଜ ଜନ୍ମ ମାଟିକୁ ଆଣିବା ପାଇଁ ଦାବି

ଦାଦନ ଶ୍ରମିକ ବିଜୟ ମହାନନ୍ଦିଆ ଙ୍କ ମର ଶରୀର ନିଜ ଜନ୍ମ ମାଟିକୁ ଆଣିବା ପାଇଁ ଦାବି

0
WhatsApp Image 2025-11-20 at 1.38.36 PM

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଲାସପୁର ପଞ୍ଚାୟତ ବିଚିକା ଗ୍ରାମର ଅତି ଗରିବ ନିରୀହ ବିଜୟ ମହାନନ୍ଦିଆ (୩୧) ପିତା – ନରେନ୍ଦ୍ର ମହାନନ୍ଦିଆ ଦାଦନ ଶ୍ରମିକ ଭାବରେ ଗତ ତା .୧୦ – ୯ – ୨୦୨୫ ରିଖରୁ ତାମିଲନାଡୁ ରାଜ୍ୟର ଭେଲୋର ଜିଲ୍ଲା ଅଧୀନସ୍ଥ Pillaikalathur , Paramuthi , N H – 07 , Namakhol Karur Road , Paramathi – ୬୩୭୨୦୭ ଗ୍ରାମର ପ୍ରାଇଭେଟ୍ ଲିମିଟେଡ଼ ରେ ଏକ SJLT Spinning Mills ରେ କାର୍ଯ୍ୟ କରୁଥିଲେ । ହେଲେ ଗତକାଲି ତା. 18 – 11 – 2025 ରିଖ ମଙ୍ଗଳବାର ସଂଧ୍ୟା ପ୍ରାୟ 06 ଘଟିକା ସମୟରେ କମ୍ପାନୀ ଭିତରେ କାର୍ଯ୍ୟରତ ଥିବା ସମୟରେ ହଠାତ ଚେତାଶୁନ୍ୟ ହୋଇ ପଡିଯାଇଥିଲେ ।

ଅଚେତ୍ ଅବସ୍ଥାରେ ତାଙ୍କ ସହିତ କାମ କରୁଥିବା ଶ୍ରମିକ ମାନେ ଭେଲୋର ମେଡିକାଲ କୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ମୃତ ଦାଦନ ଶ୍ରମିକ ବିଜୟ ମହାନନ୍ଦିଆ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଚିତ୍ର ମହାନନ୍ଦିଆ (ରୀତା) ସହିତ ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅତି ଦୁଃଖ କଷ୍ଟରେ ଅପେକ୍ଷାରେ ଅଛନ୍ତି l ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସୁବିଚାର କରି ଦାଦନ ଶ୍ରମିକ ଙ୍କ ମର ଶରୀର କୁ ନିଜ ଜନ୍ମ ମାଟିକୁ ଆଣିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆର୍ଥିକ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *