March 25, 2026
Home » ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଅନ୍ତର୍ଭୁକ୍ତି ବିକାଶ ଓ ପୁନର୍ବାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ l

ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଅନ୍ତର୍ଭୁକ୍ତି ବିକାଶ ଓ ପୁନର୍ବାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ l

0
WhatsApp Image 2026-03-24 at 4.19.58 PM

 

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଧୂବାମୁଣ୍ଡା ରେଆର ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ତରଫରୁ ଓ ପଶ୍ଚିମ ଓଡିଶା ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପୱାର ର ସହାୟତା ରେ ଆଜି ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ଅନ୍ତର୍ଭୁକ୍ତି ବିକାଶ ଓ ପୁନର୍ବାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଳବ ଷଡ଼ଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କେଶବ ମେହେର, ଆର ସେ ଟି ର ସତ୍ୟବ୍ରତ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଶଙ୍କର୍ଷଣ ମହନ୍ତ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ , ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଜୀବନ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବାବେଳେ ମନଗଢୁ ଯୁଆଡ଼ି ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *