October 23, 2025
Home » ଦୀନବନ୍ଧୁ ସାହୁଙ୍କ ଜନ୍ମଦିନ ପାଳନ

ଦୀନବନ୍ଧୁ ସାହୁଙ୍କ ଜନ୍ମଦିନ ପାଳନ

0
WhatsApp Image 2025-10-10 at 2.42.07 PM

ଦୀନବନ୍ଧୁ ସଦନ, କଳ୍ପନା ଫ୍ଲାଟ ଏରିଆ ଠାରେ ଦୀନବନ୍ଧୁ ସାହୁଙ୍କ ଜନ୍ମଦିନ ପ୍ରାୟ 30 ଜଣ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଆଜି ପାଳନ କରାଯାଇଥିଲା. ଏ ଉପଲକ୍ଷେ ସଭାପତିଙ୍କ ପ୍ରାରମ୍ବିକ ଭାଷଣପରେ ମୁଖ୍ୟବକ୍ତା ପ୍ରଫେସର ରାଜନ କୁମାର ସାହୁ ଦୀନବନ୍ଧୁ ସାହୁଙ୍କ ବହୁମୁଖୀ ପ୍ରତିଭା ସମ୍ବଦ୍ଧରେ ଉଦାହରଣ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାପତି ଶ୍ରୀ ବିଶ୍ୱନାଥ ସୁବୁଦ୍ଧି,କୋଠାବାଡି ସମ୍ପାଦକ ଶ୍ରୀ ବିଜୟ କୁମାର ସାହୁ, ବରିଷ୍ଠ ଉପଦେଷ୍ଟା ଶ୍ରୀ ରମେଶ ଚନ୍ଦ୍ର ସାହୂ, ଶ୍ରୀ ସୁଜନ ସାହୁ,ଶ୍ରୀ ରାଜକିଶୋର ସାହୁ ଓ ଶ୍ରୀ ଉତ୍ସଵ ସାହୁ ସେମାନଙ୍କର ବକ୍ତ୍ୟଵ ରଖିଥିଲେ. ଶ୍ରୀ ରାଜକିଶୋର ସାହୂ ଦୀନବନ୍ଧୁ ସାହୁଙ୍କ ଉପରେ ସ୍ୱରଚିତ କବିତା ଗାନକରିଥିଲେ ଆଗାମୀ ଦିନରେ ଏହିଦିବସଟିକୁ ବଡ ଆକାର ଓ ଉଚ୍ଚକୋଟିର କରିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇଥିଲା ଓ ସମସ୍ତଙ୍କୁ ଜଳଯୋଗରେ ଆପାୟିତ କରାଯାଇଥିଲା.ଶେଷରେ ସାଧାରଣ ସମ୍ପାଦକ ଇଂ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରେପରେ ସଭାପତି ଡ଼ଃ ଅନନ୍ତ ଚରଣ ସାହୁ ସଭା ସାଙ୍ଗ ଘୋଷଣା କରିଥିଲେ.

 

bhubaneswar epa ru madhusudan sahu nka report

Leave a Reply

Your email address will not be published. Required fields are marked *