ଦୀପ ତଳ ଅନ୍ଧାର, କେନ୍ଦୁଝର ଉପଜିଲ୍ଲାପାଳଙ୍କ ଅଫିସ କଡ଼ରେ ନଳକୂପ ଅଚଳ
କେନ୍ଦୁଝର ସହର ତହସିଲ ଛକରେ ରହିଛି ଗୁରୁତ୍ୱପୂର୍ଣ୍ଣ ସଦର,ଉପଜିଲ୍ଲାପାଳଙ୍କ ଅଫିସ ପାଖରେ କୋର୍ଟ ଓ ତହସିଲ ଅଫିସ୍ ଅନେକ ଦୋକାନ ମଧ୍ୟ ରହିଛି ଏହି ସ୍ଥାନରେ ପ୍ରତିଦିନ ବହୁ ଲୋକଙ୍କ ସମାଗମ ହୁଏ। ଏଠାରେ ଏକ ନଳ କୂଅ ଥିଲା ପଥଚାରୀ ବାଟୋଇ ସବୁ ଶୋଷ ମେଣ୍ଟାଉ ଥିଲେ। ହେଲେ ଏବେ ଡ୍ରେନ ହୋଇ ରାସ୍ତା ଉଚ୍ଚା ହେଲା ନଳକୂପ ପାଚେରୀ କଡ଼ରେ ଖାଲରେ ରହିଗଲା। କ୍ରମେ ଏହି ନଳକୂଅକୁ ଯାଇ ଲୋକେ ସୁବିଧାରେ ପାଣି ପିଇ ପାରିଲେ ନାହିଁ ପାଣି ଗଡି ଯିବାକୁ ବାଟ ମଧ୍ୟ ନାହିଁ କିନ୍ତୁ ପାଖରେ ଲେଖାଯାଇଛି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନା। ତେଣୁ ଏହା ଏବେ ଅବହେଳିତ ହୋଇ ପଡ଼ିଲା ଏଣେ ଏତେ ଲୋକ କାମରେ ଆସିଲା ବେଳେ ଖରାରେ ଶୋଷରେ ପାଣି ଲାଗି ଆଉଟୁପାଉଟୁ ହେଉଛନ୍ତି। ଧନୀ ଲୋକେ ବୋତଲ ପାଣି ପିଇ ଚାଲିଯାଉଛନ୍ତି ହେଲେ ସାଧାରଣ ଗରିବ ଲୋକ ଏହି ନଳ କୂଅରୁ ପାଣି ପିଇ ପାରନ୍ତେ ଯାହା ହେଇ ପାରୁନି।ଉପଜିଲ୍ଲାପାଳ,ତହସିଲଦାର ଚାହିଁଲେ କେବେଠାରୁ ଏହି ନଳ କୂଅ ସଜଡ଼ା ଯାଇ ବ୍ୟବହୃତ ହୋଇ ସାରନ୍ତାଣି। ତେଣୁ ବୁଦ୍ଧିଜୀବି ମାନେ କେନ୍ଦୁଝର ସହରରେ ଏପରି ପଡ଼ି ରହିଥିବା ନଳ କୂଅ ଗୁଡ଼ିକୁ ସଜାଡିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
