ଦୁଇଦିନିଆ ନୀତି ଆୟୋଗ ଏଫଏଲଏନ ତାଲିମ ଅନୁଷ୍ଠିତ

ମାଲକାନଗରି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସମଗ୍ର ଶିକ୍ଷା, ମାଲକାନଗିରି ଦ୍ବାରା ତା. ୧୭-୦୪-୨୦୨୫ ରିଖ ଦିନ ଜିଲ୍ଲାର ୧୩୦ଟି ନିତିଆୟୋଗ ଅଧୀନସ୍ଥ ବିଦ୍ୟାଳୟର ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦୁଇଦିନିଆ ଏଫଏଲଏନ ତାଲିମ ଆଜି ଉଦ୍ ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲଙ୍କ ଦ୍ବାରା ଧୂପ ଦୀପ ପ୍ରଜ୍ବଳନପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିକ୍ଷାତ୍କାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଉମାପ୍ରସାଦ ଦାସ ଉପସ୍ଥିତ ଥିଲେ । ତାଲିମର ଏଫଏଲଏନ, ଏନଇପି ୨୦୨୦, ଶିଶୁ ବାଟିକା ଓ ନିପୁନ ଓଡ଼ିଶା ସଂପର୍କରେ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣକାରୀଙ୍କ ଦ୍ବାରା ଦୁଇଦିନ ଧରି ଶିକ୍ଷଣ କାର୍ଯ୍ୟ ଉପସ୍ଥାପନା କରାଯାଇଥିଲା । ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ, ପ୍ରଥମ ଦିନ ପାଞ୍ଚ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ମହୋଦୟ ଓ ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ., ମାଲକାନଗିରି ଶ୍ରୀ ହଳଧର ଶବର ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ବରୂପ ଏକ ଚାରା ବୃକ୍ଷ, ଉପଢୌକନ ଓ ଆର୍ଥିକ ରାଶି ଟ. ୧୦,୦୦୦|- ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଦିନ ମଧ୍ୟ ସେହିପରି ପାଞ୍ଚ ଜଣ ଅଂଶଗ୍ରହଣକାରୀଙ୍କୁ ପୂର୍ବଦିନ ପରି ପୁରସ୍କୃତ କରାଯାଇଥିଲା । ଦ୍ୱିତୀୟ ଦିନ ଜିଲ୍ଲା ଶିକ୍ଷାଧ୍ଵରୀ ତଥା ପ୍ରକଳ୍ପ ସଂଯୋଜକ, ଉପସ୍ଥିତ ରହି ମାର୍ଗଦର୍ଶନ ସହ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କୃତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ଗୁଡିକ ହେଲା –
୧. ପ୍ରଶାନ୍ତ କୁମାର ସାହୁ, କିଆଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଥୁଲି
୨. ମମତା ବେହେରା, ଉଦୁଲିବେଡା, ଉଚ୍ଚ ବିଦ୍ୟାଳୟ, ମାଥୁଲି
୩. ଭି.ସନ୍ତୋଷୀ, ଆର୍ଶିର୍ବାଦ କଲୋନୀ, ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି
୪. ରଞ୍ଜିତା ଦାସ, ଉ.ପ୍ରା.ବିଦ୍ୟାଳୟ, ଏମ୍.ଭି- 07, ମାଲକାନଗିରି
୫. ସୁଜାତାରାଣୀ ସରକାର, ଉଚ୍ଚ ବିଦ୍ୟାଳୟ, କାଙ୍ଗୁରୁକୋଣ୍ଡା, କାଲିମେଳା
୬. ଶିବାନୀ ନାୟକ, ଉଚ୍ଚ ବିଦ୍ୟାଳୟ, କାଲଦାପାଲ୍ଲୀ, ପଡ଼ିଆ
୭. ସୁପ୍ରଭା ବିଶ୍ୱାଳ, ଉ.ପ୍ରା. ବିଦ୍ୟାଳୟ, ପାଣ୍ଡାଗୁଡ଼ା, ଖଇରପୁଟ
୮. ବାବୁଲୁ ସଞ୍ଜୟ ସାହୁ, ଉ.ପ୍ରା ବିଦ୍ୟାଳୟ, କଣ୍ଡେଲ, କୋରୁକୋଣ୍ଡା
୯. ସସ୍ମିତା ପଣ୍ଡା, ଉ.ପ୍ରା ବିଦ୍ୟାଳୟ, ଟେମ୍ପରାରୀ କଲୋନୀ, ଚିତ୍ରକୋଣ୍ଡା
୧୦. ବିଚିତ୍ରମୟୀ ନାୟକ, ଆଶ୍ରମସ୍କୁଲ ପୋଟ୍ରେଲ, କୋରୁକୋଣ୍ଡା
ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଶ୍ରୀ ଶ୍ରୀ ପ୍ରମୋଦ କୁମାର ବାରିକ ଯୋଗ ଦେଇଥିଲେ । ଜିଲ୍ଲା ସୀତାରାମ ଗୌଡ ସଂପୂର୍ଣ୍ଣ ତାଲିମକୁ ପରିଚାଳନା କରିଥିବା କର୍ମଚାରୀ ସହଯୋଗ କରିଥିଲେ ।
ପ୍ରମୋଦ କୁମାର ସେନାପତି, ଶ୍ରୀ ରାମକୃଷ୍ଣ ପାଢୀ, ଶ୍ରୀ ପ୍ରମୋଦ କୁମାର ଦାସ ଓ ଶିକ୍ଷକ ସଂଯୋଜକ ଶ୍ରୀ ଶେଷ ଶଙ୍କର ମହାଳିକ, ଶୈକ୍ଷିକ ପରାମର୍ଶଦାତା ଶ୍ରୀ ବେଳେ ଶ୍ରୀ ସତ୍ୟବ୍ରତ ମିଶ୍ର, କାଳୁ ଚରଣ ମହାରଣା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ