ଦୁଇ କମିଟି ବିବାଦ ନେଇ ଶ୍ରୀରାମ ନବମୀ ପାଳନ ଉତ୍ସବ ବନ୍ଦ।
ମନ୍ଦିର ଦ୍ୱାର ଫିଟାଇଲେନାହିଁ ପ୍ରଶାସନ….
ଧର୍ମଗଡ:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଚଳିତ ବର୍ଷ ଶ୍ରୀରାମ ନବମୀ ପୂଜାର୍ଚ୍ଚନା ରେ ଦୀର୍ଘ ବର୍ଷ ର ପରମ୍ପରାକୁ ନେଇ ଭକ୍ତ ଶକ୍ତ ଧକ୍କା ଲାଗିଛି।ପୂର୍ବରୁ ପରିଚାଳନା ଦାୟିତ୍ୱରେ ଥିବା ଉନ୍ନୟନ କମିଟି ଓ ଗତ କିଛିବର୍ଷ ତଳେ ଗଠିତ ହୋଇଥିବା ଇଟିଜି କମିଟି ମଧ୍ୟରେ ପରିଚାଳନା ଦାୟିତ୍ବ ହସ୍ତାନ୍ତର ନେଇ ବିବାଦ ବିଗତ ଦିନରେ ଉଗ୍ରରୂପ ନେଇଥିବା ବେଳେ ଉନ୍ନୟନ କମିଟି ପକ୍ଷରୁ ଅଭିଯୋଗ ମାମଲା ହାଇକୋର୍ଟ ରେ ବିଚାରାଧୀନ ରହିଛି। ଏନେଇ ଚଳିତ ବର୍ଷ ଶ୍ରୀରାମ ମନ୍ଦିର ରେ ରାମନବମୀ ପାଳନ ହୋଇ ପାରିନାହିଁ।ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ କମିଟି କୁ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ସମନ୍ୱୟ ବୈଠକରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ମିଳିତ ଭାବେ ପରିଚାଳନା ଦାୟିତ୍ୱ ନେଇ ଦୁଇ କମିଟି ର ବୁଝାମଣା ରେ ଉତ୍ସଵ ପାଳନ ପାଇଁ ପ୍ରଶାସନିକ ଅଧିକାରୀ ମାନେ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହେବାରୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀରାମ ନବମୀ କୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ହାଇକୋର୍ଟ ର ନିର୍ଦ୍ଦେଶ ପରେ ଚଳିତ ବର୍ଷ ରାମ ନବମୀ ମହୋତ୍ସବ ଉପରେ ପ୍ରଶାସନ ର କଟକଣା ଜାରି ହୋଇଛି। ଫଳରେ ରାମ ନବମୀ ରେ ପୀଠ ରେ ଥିବା ଶ୍ରୀରାମ ମନ୍ଦିର ର ଦ୍ୱାର ର ତାଲା ଖୋଲା ଯାଇନଥବା ଓ ଶ୍ରୀରାମ ଙ୍କ ପୂଜାର୍ଚ୍ଚନା ହୋଇନଥବା ଦେଖିବାକୁ ମିଳିଛି।

ଯାହାକୁ ନେଇ ଏଠାକୁ ଆସିଥିବା ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ର କଟକଣା ସମ୍ପର୍କରେ ଅବଗତ ଥିବା ହଜାର ହଜାର ଶ୍ରଦ୍ଧାଳୁ ମାନେ ଦର୍ଶନ ରୁ ବଞ୍ଚିତ ହୋଇ ମନ୍ଦିର ବାହାରେ ପୂଜାର୍ଚ୍ଚନା କରି ନିରାଶ ହୋଇ ଫେରିଛନ୍ତି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ମୁଖ୍ୟ ଫାଟକ ସମେତ ସମସ୍ତ ସ୍ଥାନରେ ପୋଲିସ ଛାଉଣୀ କରାଯାଇଥିଲା। ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ପରିସର ବ୍ୟତୀତ ଅନ୍ୟ ସ୍ଥାନ କୁ ଯିବାକୁ ଛଡା ଯାଇନଥିଲେ। ଏନେଇ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ରେ ଥିବା କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ମନ୍ଦିର ରେ ପୂଜାର୍ଚ୍ଚନା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା, କିନ୍ତୁ ମନ୍ଦିର ର ଚାବି ଜଙ୍ଗଲ ବିଭାଗ ପାଖରେ ରହିଥିବା ନେଇ ଓ ଜଙ୍ଗଲ ବିଭାଗୀୟ ଅଧିକାରୀ ଆସି ନଥିବାରୁ ମନ୍ଦିର ଖୋଲା ଯାଇନାହିଁ ।ତେବେ ମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନେ ପୂଜା କରି ପାରିବେ ବୋଲି କହିବା ସହ ଆଇନ ଶୃଙ୍ଖଳା କୁ ନଜର ରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି କହିଥିଲେ। ତେବେ ମଧ୍ୟାହ୍ନ ରେ ଦକ୍ଷିଣ ବନଖଣ୍ଡ ଏସିଏଫ ଓ ଧର୍ମଗଡ ବନଖଣ୍ଡ ଅଧିକାରୀ ଭବାନୀ ଶଙ୍କର କାଉର୍ ମନ୍ଦିର ପରିସରରେ ପହଞ୍ଚିବା ପରେ ମଧ୍ୟ ମନ୍ଦିର ର ତାଲା ଖୋଲା ଯାଇନଥିଲା। ରାମ ନବମୀ ପରିଚାଳନା ଦାୟିତ୍ୱ ରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,କୋକସରା ବିଡ଼ିଓ ଡ଼ ହିମାଞ୍ଚଳ ମାଝୀ,ଧର୍ମଗଡ ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଧର୍ମଗଡ ଡିଏସପି ଭର୍ଷିତା ଅଡ଼େପୁ, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ,ଆଇଆରବି ଯବାନ ମାନେ ମୁତୟନ ରହିଥିଲେ। ତେବେ ଦୁଇ କମିଟି ର ବିବାଦ ଯୋଗୁଁ ବର୍ଷ ବର୍ଷ ର ପରମ୍ପରା ଓ ବିଶ୍ୱାସ ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଶ୍ରୀରାମ ନବମୀ ରେ ଶ୍ରୀରାମ ଙ୍କ ପୂଜାର୍ଚ୍ଚନା ହୋଇ ନ ପାରିବା ଯୋଗୁଁ ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
