March 19, 2026
Home » ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ

ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ

0
WhatsApp Image 2026-03-18 at 9.36.06 PM

 

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିରଦୌଷ କ୍ରସ ଭୋଟ ଦେଇଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l ସାମ୍ବିଧାନିକ ନିୟମର ଉଲଂଘନ ନେଇ ଉପରୋକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ଚିଫ ହୁଇପ ଏସ ରାଜନ ଏକ୍କା, ବିଧାୟକ ସାଗର ଦାସ, ବିଧାୟକ ପବିତ୍ର ସାଉଁତା, ବିଧାୟକ ମଙ୍ଗୁ ଖିଲଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାନସଭା ବାଚସ୍ପତି ମାନ୍ୟବର ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ସାମ୍ବିଧାନିକ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *