October 30, 2025
Home » ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫: ସଦର ମହକୁମାରେ ଆୟୋଜିତ ହେଲା ସଚେତନତା ରାଲି

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫: ସଦର ମହକୁମାରେ ଆୟୋଜିତ ହେଲା ସଚେତନତା ରାଲି

0
WhatsApp Image 2025-10-30 at 1.25.58 PM

 

ଛାତ୍ରଛାତ୍ରୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଦେଲେ ସେଚେତନତାର ବାର୍ତ୍ତା

ବରଗଡ଼: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରସାଶନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି ।ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସଦର ମହକୁମାଠାରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରକ୍ଷୀ ଅକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଲିର ଶୁଭାରମ୍ଭ କରିଥିବା ବେଳେ ସାମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ଡିଏସପି ଭିଜିଲାନ୍ସ ଶ୍ରୀମତୀ ସୁଷମା ତିର୍କୀ, ଇନ୍ସପେକ୍ଟର ଭିଜିଲାନ୍ସ ଶ୍ରୀମତୀ ସୁଷମା ପଶାୟତ ଏବଂ ବରଗଡ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

ସଚେତନତା ରାଲିରେ ଛାତ୍ରଛାତ୍ରୀ ଏବଂ ମହିଳା ମାନେ ସମାଜରେ ଉତ୍କୋଚର କୁପ୍ରଭାବ ବିଷୟବସ୍ତୁ ଆଧାରିତ ବିଭିନ୍ନ ସ୍ଲୋଗାନ ସହ ଉକ୍ତ ବର୍ଷର ଥିମ୍ “ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ଵ” ମୂଳମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ଲୋକଙ୍କୁ ସଚେତନ କରିଥିଲେ ।ସୂଚନା ଯୋଗ୍ୟ କି, ବରଗଡ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ୩୦.୧୦.୨୦୨୫ ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହ ଆୟୋଜିତ ହେବ ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *