ଦେଉଳି ଗ୍ରାମ ଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ ପାଳିତ ।
ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ପ୍ରତିଜ୍ଞା କିଶୋର ଓ ଯୁବ କଳାକାର ଗ୍ରାମୀଣ ସଂଘ ଆନୁକୂଲ୍ୟରେ ଆୟୋଜିତ ତଥା ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର କବି କବୟିତ୍ରୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନ ଚରିତ୍ର ଉପରେ ନିଜ ନିଜର ସ୍ବରଚିତ କବିତାମାନ ପାଠ କରିଥିଲା ବେଳେ ବିଭିନ୍ନ ପର୍ଯ୍ୟାୟରେ ଅତିଥି ମାନେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ,ମାଟି ମା’ ପାଇଁ ଉତ୍ସର୍ଗୀକୃତ ସେବା,ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ତାଙ୍କର ନିରପେକ୍ଷତା ସାମ୍ବାଦିକତା ଜୀବନ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାରସ୍ଵତ ସାଧକ ସାହିତ୍ୟିକ ଲେଖକ କବି ପ୍ରକୃତି ପ୍ରେମୀ ସମାଜସେବୀ ସୁରେନ୍ଦ୍ର ନାଥ ପ୍ରଧାନ ,ବିଶ୍ବନାଥ ମହାପାତ୍ର,ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ,ସାହିତ୍ୟିକ ଏସ ଏ ଖାଲିକ୍, ଅଧ୍ୟାପିକା ନୀଳିମା ନନ୍ଦ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ସାହୁ , ବ୍ୟଙ୍ଗକବି ଘର ବୁଡା ପ୍ରତାପ କୁମାର ସାହୁ, ସାହିତ୍ୟିକ ଅଚଞ୍ଛାକୀଳା ରବିନ୍ଦ୍ର କୁମାର ମହାପାତ୍ର, କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ସୁବାସ ନାୟକ ଓ ଗୋପବନ୍ଧୁ ପ୍ରେମୀ ବ୍ୟକ୍ତିଗଣ ଯୋଗଦେଇ ଜୟନ୍ତୀ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
