March 23, 2026
Home » ଦୈନିକ ଓଡ଼ିଆ ଖବର କାଗଜ ଯୁବମୋର୍ଚ୍ଚାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦୈନିକ ଓଡ଼ିଆ ଖବର କାଗଜ ଯୁବମୋର୍ଚ୍ଚାର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
Screenshot 2026-03-23 143927

ପୁରୀ,  : ଜାଣିବାର ଅଧିକାର ଆପଣଙ୍କର , ଜଣାଇବାର ଦାୟିତ୍ୱ ଆମର ଏହି ଟ୍ୟାଗ୍ ଲାଇନ୍ ସହ ସାପ୍ତାହିକ କାଗଜରୁ ଦୈନିକ କାଗଜ ରୂପ ନେଇଛି ଯୁବମୋର୍ଚ୍ଚା । ଶ୍ରୀଜଗନ୍ନାଥଧାମ ପୁରୀରୁ ପ୍ରକାଶିତ ଏହି ଦୈନିକ ଖବରକାଗଜ ଯୁବମୋର୍ଚ୍ଚାର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମା ମହାଲକ୍ଷ୍ମୀଙ୍କ ସେବାୟତ ତଥା ଖବରକାଗଜର ସମ୍ପାଦକ ଜଗନ୍ନାଥ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ଉଚ୍ଚନ୍ୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ବରଣ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ,ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ , ସମାଜର ପୂର୍ବତନ ପ୍ରକାଶକ ଡଃ ପ୍ରଭାସ ଆଚାର୍ଯ୍ୟ ,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ନବ କିଶୋର ପତି ମହାପାତ୍ର ,ବିଶିଷ୍ଟ ସ୍ତମ୍ଭକାର ଗୌରାଙ୍ଗ ପରିଡ଼ା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୂସୂଦନ ସିଂହାରୀ, ବରିଷ୍ଠ ପ୍ରଶାସକ ଆଜାଦ ହିନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ l ଅତିଥିମାନେ ଦୈବିକ ଖବରକାଗଜ ଯୁବ ମୋର୍ଚ୍ଚାର ସଫଳତା ଓ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ସଠିକ ଖବର ପ୍ରକାଶ ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ତିଳୋତ୍ତମା ନାୟକ ପରିଚାଳନା କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ବାଦିକ, କବି, ଲେଖକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *