July 7, 2025
Home » ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ, ଚବିଶ ପ୍ରହର ନାମ ଯଜ୍ଞ, ନବ କୁଣ୍ଡିୟ ଘୃତଯଜ୍ଞ, ଜ୍ଞାନ ଯଜ୍ଞ ଓ ଗୋ ସୁରକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ, ଚବିଶ ପ୍ରହର ନାମ ଯଜ୍ଞ, ନବ କୁଣ୍ଡିୟ ଘୃତଯଜ୍ଞ, ଜ୍ଞାନ ଯଜ୍ଞ ଓ ଗୋ ସୁରକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

0
WhatsApp Image 2024-11-14 at 3.40.02 PM

ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ନଭେମ୍ବର ୧୧ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେଉଅଛି । ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ମାର୍ଗଦର୍ଶନରେ ସକାଳେ ଚବିଶ ପ୍ରହର ନାମ ଯଜ୍ଞ ଡମ୍ବରୁଗଡ଼ ଓ କଂକଲା ଗ୍ରାମର ସଂକୀର୍ତ୍ତନ୍ୟ ଦଳ ନାମ ଅଦିବାସ କରିଥିଲେ l ଯଜ୍ଞକର୍ତ୍ତା, ଯଜ୍ଞ ପରିଚାଳନା କମିଟି, ସାଧୁ ସନ୍ଥଙ୍କ ସମେତ ମହନ୍ତ ସର୍ବେଶ୍ୱର ଦାସ ମଞ୍ଚ ଉଦଘାଟନ ପରେ ମହା ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଦ୍ୱିତୀୟ ଦିବସର ଶୁଭାରମ୍ଭ କରାଯାଇଥିଲା l ଯଜ୍ଞର ଉଦ୍ୟେକ୍ତା ତଥା ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଦିତ୍ୟ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହିତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ l ଯଜ୍ଞର ଅନ୍ୟତମ ମାର୍ଗଦର୍ଶକ ବାବା ଲଷ୍ମଣ ଦାସଙ୍କ ଉପସ୍ଥିତିରେ ଶ୍ରୀରାମ କଥାକାର ଦଧିବାମନ ତ୍ରିପାଠୀ ଯୋଗଦେଇ ରାମ କଥା ପ୍ରବଚନ ପ୍ରଦାନ କରିଥିଲେ l ଯଜ୍ଞ କମିଟିର ସଦସ୍ୟ ବାଞ୍ଚାନିଧି ହୋତା ମଞ୍ଚ ପରିଚାଳନା କରିଥିଲେ l ଅପରାହ୍ନରେ ଗୋ ସୁରକ୍ଷା ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରlଚାର୍ଯ୍ୟଙ୍କ ପ୍ରତିନିଧି ଆଦିତ୍ୟ ବାହିନୀ ର ମୁଖ୍ୟ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଗୋ ସୁରକ୍ଷା ଜୀବନ ରକ୍ଷା ଓ ସଚ୍ଚା ଗୋଭକ୍ତ ବୈକୁଣ୍ଠ ଯାତ୍ରା କରିପାରିବେ ବୋଲି ଶାସ୍ତ୍ର ମତ ଅଛି ବୋଲି ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ସଂସ୍କୃତ ଅଧ୍ୟାପକ ପଣ୍ଡିତ ପ୍ରତାପ କୁମାର ରଥ ଯୋଗ ଦେଇ ଗୋମାତା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ଆଲୋଚକ ଭାବେ ପଞ୍ଚଗବ୍ୟ ସିଦ୍ଧ, ପ୍ରସ୍କୃତିକ ଚିକିତ୍ସକ ଡା ନିରାକାର ବେହେରା ଯୋଗ ଦେଇ ଗୋ ସୁରକ୍ଷା, ପଞ୍ଚଗବ୍ୟ,ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା ଓ ଜଗନ୍ନାଥ ସଂସ୍କୃତି ଉପରେ ଉପସ୍ଥାପନା କରିଥିଲେ l ଅନ୍ୟତ l ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼,ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ,ମହା ଯଜ୍ଞ ର ଉଦ୍ୟକ୍ତା ବ୍ରହ୍ମଚାରି ଆଦିତ୍ୟ ଦାସ, ପତଞ୍ଜଳି ଯୋଗ ସମିତି ବୌଦ୍ଧ ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ ମଞ୍ଚରେ ମଞ୍ଚାସିନ ଥିବାବେଳେ ସମ୍ପାଦକ କୃତ୍ତିବାସ ପଲିଆ ଅତିଥି ପରିଚୟ ଓ ଆଲୋଚନା ଚକ୍ରର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନୟାଗଡ଼ର ପ୍ରବକ୍ତା ବୈକୁଣ୍ଠନାଥ ପ୍ରଧାନ ସଂଯୋଜନା କରିଥିଲେ l ଯଜ୍ଞ କମିଟି ଉପ -ସଭାପତି ରାଜୁ ମେହେର,ସହ ସମ୍ପାଦକ ଆକାଶ ଜେନା, କୋଷାଧକ୍ଷ ମୟସେନ ରଣା ଯୁଗ୍ମ କୋଷାଧକ୍ଷ ମନୋଜ ମହାକୁଡ଼, ଦେବବ୍ରତ୍ତ ମେହେର କାର୍ଯ୍ୟକାରୀ ସଦସ୍ୟ , ଶମ୍ଭୁ ଗିରି,ଉତ୍ତମ ବେହେରା,ଅଭିନଵ ପଟ୍ଟନାୟକ, ପିଣ୍ଟୁ ମହାକୁଡ଼,ଦୁଷ୍ମନ୍ତ ପୃଷ୍ଟି,ପ୍ରଶାନ୍ତ କୁମାର ସେଠି, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ବିଦେଶୀ ସାହୁ,ଶଶାଙ୍କ ଶେଖର ପ୍ରଧାନ,ଦେବାଶିଷ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଦିନ ମାନଙ୍କରେ ସାଧୁ ସନ୍ଥ ସମ୍ବେଳନ,ପାରମ୍ପରିକ କଳା ପ୍ରଦର୍ଶନ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଜପ ଯଜ୍ଞ ସହିତ ଯୋଗ, ପ୍ରଣା୍ୟାମ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜନ ହେବାକୁ ଆୟୋଜନ କମିଟି ତରଫରୁ ପ୍ରକାଶ କରିଥିଲେ
lସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରୀ ରାଧା ମାଧବ ସେବା ଶ୍ରମ ଓ ବୌଦ୍ଧ ଜିଲ୍ଲା କଳା, ସଂସ୍କୃତି, ଧାର୍ମିକ ମହାସଂଘର କଲାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମଠ କମିଟି, ଯଜ୍ଞ କମିଟି, ରାଧା ମାଧବ ସେବା ଶ୍ରମ, ମାହେଶ୍ୱରୀ ସେନା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସହଜପାଳ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *