February 21, 2026
Home » ଧଅଁରପୂର ଗାଁ ରେ ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା।

ଧଅଁରପୂର ଗାଁ ରେ ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା।

0
WhatsApp Image 2024-11-04 at 12.45.42 PM

ଗୁଣିଗାରେଡି ସନ୍ଦେହରେ ଧର୍ମଗଡ ବ୍ଲକ କୋକସରା ଥାନା ଅର୍ନ୍ତଗତ ଧଅଁରପୁର ଗ୍ରାମରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୁଚନା ଅନୁଯାୟୀ ଗ୍ରାମର ଦଶରଥ ସେଠିଆ ସେହି ଗ୍ରାମର ଗଜାନନ ସେଠିଆଙ୍କ ପରିବାରକୁ ଗୁଣିଗାରେଡି କରି ହଇରାଣ କରୁଥିବା ସନ୍ଦେହରେ ଗଜାନନଙ୍କ ପରିବାର ଲୋକ ଶନିବାର ଦିନ ଦଶରଥଙ୍କୁ ଗାଳିଗୁଲଜ କରିଥିଲେ। ଧିରେଧିରେ ଏହା ଉଗ୍ରରୂପ ଧାରଣ କରିଥିଲା ଏବଂ ବିଭିନ୍ନ ମାରଣାସ୍ତ୍ର ଧରି ଗଜାନନ ଏବଂ ତାଙ୍କ ପରିବାର ଲୋକ ଦଶରଥଙ୍କୁ ଘରେ ପଶି ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ କବଳରୁ ସ୍ବାମୀଙ୍କୁ ଵଞ୍ଚେଇବାକୁ ଯାଇ ଦଶରଥଙ୍କ ସ୍ତ୍ରୀ ଗାୟତ୍ରୀ ମଧ୍ୟ ଛୁରା ମାଡର ଶୀକାର ହୋଇଛନ୍ତି। ତାଙ୍କ ହାତରେ ଛୁରା ବାଜି ଗଭୀର କ୍ଷତ ହୋଇଛି। ପିଡିତ ଦଶରଥଙ୍କ ପରିବାର ଏନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *