February 19, 2026
Home » ଧନଲଷ୍ମୀ ପ୍ରିମିୟର ଲିଗ,ଗୁରୁପାଲି ଉଦଘାଟନ କଲେ ସ୍ନେହାଙ୍ଗିନୀ ଛୁରୀଆ

ଧନଲଷ୍ମୀ ପ୍ରିମିୟର ଲିଗ,ଗୁରୁପାଲି ଉଦଘାଟନ କଲେ ସ୍ନେହାଙ୍ଗିନୀ ଛୁରୀଆ

0
WhatsApp Image 2026-02-18 at 8.27.40 PM

ଭେଡେନ:ଭେଡେନ ବ୍ଳକ ଅଇଁଲାପାଲି ଅନ୍ତର୍ଗତ ଗୁରୁପାଲି ଗାଁ ରେ ଅନୁଷ୍ଠିତ ହେବାକୁ ଥିବା ଧନଲଷ୍ମୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଦଘାଟନ କରିବାପାଇଁ ପୂର୍ବତନ ମନ୍ରୀ ତଥା ରାଜ୍ଯ ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ ଗୁରୁପାଲି ଗାଁ କୁ ପହଞ୍ଚିବା ପରେ ଗାଁ ରେ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।।ଗାଁ ର ଶତାଧିକ ଯୁବକ ମହିଳା ତଥା କ୍ରିକେଟ ଆୟୋଜକ ମଣ୍ଡଳୀ ସବ୍ ଷ୍ଟେସନ ଛକ ରୁ ଏକ ଭବ୍ଯ ଶୋଭାଯାତ୍ରା ରେ ଦୁଲଦୁଲି ବାଜା ଓ ନୃତ୍ଯ ର ତାଳେ ତାଳେ ଗାଁ ଭିତରକୁ ପାଛୋଟି ନେଇଥିଲେ ।।

ଗାଁ ର ପ୍ରତ୍ଯେକ ଘର ଆଗରେ ରଙ୍ଗୋଳୀ ସହ ଭବ୍ଯକଳସ ବସାଇ ଉପଢୌକନ ସହ ଫୁଲମାଳା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।।ଗାଁ ର ଉତ୍ସାହ ଦେଖି ଅତିଥି ସମୁହ ବିଭୋର ହୋଇଥିବା ପରି ରକ୍ଷିତ ହୋଇଥିଲା ।।ଗାଁ ର ହରିଜନ ପଡା ,ବେହେରାପଡା ,ତଳିପଡା ପରିକ୍ରମା ପରେ ଶୋଭାଯାତ୍ର କ୍ରିକେଟ ପଡିଆ କୁ ଯାଇଥିଲା ।

 

। କ୍ରିକେଟ ପଡିଆ ରେ ଆୟୋକ ମଣ୍ଡଳୀ ଭବ୍ଯ ସମ୍ବର୍ଦ୍ଧ…ଆଠଗୋଟି ଦଳ ଯଥା ଗ୍ରୀନ ଗେଲେକ୍ସି,ପାୱାର ହିଟର ,ଧନଲଷ୍ମୀ ୱାରିୟର,କମାଣ୍ଡୋ ୱାରିୟର,ରେକଡ ବ୍ରେକର,ଏସ,ଡି ହାଟ,କେ,ଜି ଷ୍ଟ୍ରାଇକର,ଟାଇଟନ ୟୁନାଇଟେଡ,ଆଦି ଦଳ ର ସତ୍ବାଧିକାରୀ ମାନଙ୍କୁ ମୁଖ୍ଯ ଅତିଥି ସମ୍ମାନୀତ କରିଥିଲେ ।। ଉଦ ଘାଟନୀ ମ୍ଯାଚ ପାୱାର ହିଟର ଓ ଧନଲଷ୍ମୀ ୱାରିୟର ମଧ୍ଯ ରେ ଅନୁଷ୍ଠିତ ହୋଇ ୧୫୦ରନ ରେ ୧୦ ୱିକେଟ ପାୱାର ହିଟର କରିଥିବାବେଳେ ପ୍ରତିପକ୍ଷ ଦଳ ଧନଲଷ୍ମୀ ୱାରିୟର ୧୩୦ରନ ରେ ୬ୱିକେଟକରି ୨୦ ରନ ରେ ପରାଜିତ ହୋଇଥିଲେ ।। ମ୍ଯାଚ କୁ ଅମ୍ଫାୟାର ଯୋଗେଶ୍ବର ବେହେରା ଓ ରଶ୍ମୀ ରଞନ ଖେତି ପରିଚାଳନାକରିଥିଲେ ।।  ମ୍ଯାଚ ରେ ମେନ ଅଫ ଦ ମେଚ ପାୱାର ହିଟର ଦଳ ର ଲିପୁନ ବେହେରା ଯେ କି ୪୮ ରନ ୧୫ଟି ବଲ ରେ କରିଥିଲେ ।।ଖେଳପରିଚାଳନା ରେ ସହଯୋଗ କରିଥିଲେ ରୋହିତ ବେହେରା ,ଗଙ୍ଗାଧର ବେହେରା ,ରାଜେଶ କରନ ,ଟିଟୁ ବେହେରା ,ପପ୍ପୁ ବେହେରା ,ନାରାୟଣ ବେହେରା ,ସାନ୍ତୁ ବେହେରା ,କରିମ ମେଲ୍ଲି,ବୃନ୍ଦାବନ ଛୁରୀଆ,କ୍ଷିର ସିନ୍ଧୁ ତାଣ୍ଡି ,ସତ୍ଯ ଛୁରୀଆ,ଚୁଡାମଣି ତାଣ୍ଡୀ,ଉମେଶ ଛୁରିଆ ,ଜଗା ତାଣ୍ଡୀ ପ୍ରମୁଖ ଖେଳ ର ଧାରାବିବରଣୀ ମନୋଜ ବେହେରା ପ୍ରଦାନ କରିଥିବା ବେଳେ ଧନ୍ଯବାଦ ଦେଇଥିଲେ ଜୀତ ତାଣ୍ଡି ।।

 

ଇ,ପି ଏ ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋଟ

Leave a Reply

Your email address will not be published. Required fields are marked *