February 7, 2026
Home » ଧର୍ମଗଡ଼ ଏନଏସି ରେ ପାଞ୍ଚଗୋଟି ବର୍ଯ୍ୟବସ୍ତୁ ସଂଗ୍ରହ ଯାନ ର ଶୁଭାରମ୍ଭ

ଧର୍ମଗଡ଼ ଏନଏସି ରେ ପାଞ୍ଚଗୋଟି ବର୍ଯ୍ୟବସ୍ତୁ ସଂଗ୍ରହ ଯାନ ର ଶୁଭାରମ୍ଭ

0
WhatsApp Image 2026-02-07 at 12.09.21 PM

 

ଧର୍ମଗଡ଼ ଏନଏସି ରେ ଆଜି ପାଞ୍ଚ ଗୋଟି ବର୍ଯ୍ୟବସ୍ତୁ ସଂଗ୍ରହ ଯାନ ର ଲୋକାର୍ପିତ ହୋଇଛି।ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାଞ୍ଚ ଗୋଟି ବର୍ଯ୍ୟବସ୍ତୁ ସଂଗ୍ରହ ଯାନ ର ଶୁଭାରମ୍ଭ କରିଥିଲେ।

ଆଗରୁ ଧର୍ମଗଡ଼ ଏନଏସି ରେ ୩ଗୋଟି ସଫେଇ ଗାଡ଼ି ରହିଥିଲା ଫଳରେ ସହରର ତ୍ଵରିତ ଭାବେ ଅଳିଆ ସଂଗ୍ରହ ହୋଇ ପାରୁ ନଥିଲା।ସରକାରୀ ନିୟମ ଅନୁଯାୟୀ ବର୍ଜ୍ୟ ବସ୍ତୁ ସଂଗ୍ରହ ପାଇଁ ପ୍ରତ୍ୟେକ ୬୦୦ ଘର ରେ ଗୋଟିଏ ଗାଡି ର ଆବଶ୍ୟକତା ଥିଲା। ଏବେ ଆହୁରି ୫ଗୋଟି ଗାଡ଼ି ଆଜି ଲୋକାର୍ପଣ ହେବା ପରେ ଧର୍ମଗଡ଼ ଏନଏସି ର ୧୪ ଗୋଟି ୱାର୍ଡରେ ସଫେଇ କାର୍ଯ୍ଯ ଆହୁରି ତ୍ୱରାନିତ୍ଵ ହୋଇ ପାରିବ ଓ ଏଥିପାଇଁ ସହର ବାସୀ ଓଦା ଅଳିଆ ଓ ସୁଖା ଅଳିଆ ଅଲଗା କରି ରଖି ଦେବେ ଓ ସହରର ପରିବେଶ କୁ ସ୍ୱଚ୍ଛ ନିର୍ମଳ ରଖିବାରେ ସହଯୋଗ କରିବା ପାଇଁ ନଗରପାଳ ଅଶୋକ କୁମାର ମହାନ୍ତି ପ୍ରକାଶ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ହିସାବ ରକ୍ଷକ ହିମାଂଶୁ ରଣା, ବରିଷ୍ଠ କିରାଣୀ ରବୀନ୍ଦ୍ର ପରିଡ଼ା ସମେତ ଏନଏସିର ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *