November 12, 2025
Home » ଧର୍ମପରାୟଣ ମହିଳା ରାଧାରାଣୀ ଦାସ ଙ୍କ ପରଲୋକ

ଧର୍ମପରାୟଣ ମହିଳା ରାଧାରାଣୀ ଦାସ ଙ୍କ ପରଲୋକ

0
WhatsApp Image 2025-11-07 at 2.54.13 PM (1)

 

ଧର୍ମଗଡ ର ସ୍ଵର୍ଗତ ଆଲୋକ ଦାସ ଙ୍କ ଧର୍ମପତ୍ନୀ ରାଧାରାଣୀ ଦାସ ଙ୍କ ର ଆଜି ଅପରାହ୍ନ ୧ ଘଣ୍ଟା ୫୮ ମିନିଟ ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥଲା। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କର ପୁଅ ବୋହୁ, ଝିଅ, ନାତି ନାତୁଣୀ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସ୍ଵର୍ଗତ ଆଲୋକ ଦାସ ଙ୍କ ସାନଭାଇ ଆଇନଜୀବୀ ପ୍ରଦୀପ ଦାସଙ୍କ ଠାରୁ ସୂଚନା ମିଳିଛି। ସ୍ବର୍ଗତ ରାଧାରାଣୀ ଦାସ ଜଣେ ମେଳାପି ଓ ଧର୍ମ ପରାୟଣ ମହିଳା ଥିଲେ।ତାଙ୍କର ବିୟୋଗରେ ଧର୍ମଗଡ ର ବହୁ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

 

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

 

 

Leave a Reply

Your email address will not be published. Required fields are marked *