October 23, 2025
Home » ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ସୁବର୍ଣ୍ଣପୁର ଠାରେ ଜାତୀୟ କ୍ରୀଡ଼ା ଦିବସ

ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ସୁବର୍ଣ୍ଣପୁର ଠାରେ ଜାତୀୟ କ୍ରୀଡ଼ା ଦିବସ

0
WhatsApp Image 2025-08-29 at 4.07.14 PM

ସୁବର୍ଣ୍ଣପୁର ମିନି ଷ୍ଟାଡିୟମ ଶୁଇମିଂ ପୋଲ ରେ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇ ଧ୍ୟାନଚାନ୍ଦ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଏହି ପ୍ରବାଦ ପୁରୁଷ ଙ୍କ ପରି ସମସ୍ତ ଖେଳାଳି ଅନୁକରଣ କରିବାକୁ ଓ ଦେଶ ର ନାଁ ରଖିବାକୁ ପ୍ରେରଣା ପ୍ରଦାନ କରିଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନ ସ୍ବେଛାସେବୀ ,ବ୍ୟାଡ ମିଣ୍ଟନ ଏସୋସିଏସନ୍, ଖେଲୋ ଇଣ୍ଡିଆ ର ଛାତ୍ର ଛାତ୍ରୀ ଯୋଗ ଦେଇ ଧ୍ୟାନ ଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଅପରାହ୍ନ ରେ ଏକ ବନ୍ଧୁତ୍ୱ ପୁର୍ଣ୍ଣ ଭଲିବଲ୍ ମ୍ୟାଚ୍ ଅନୁଷ୍ଟିତ ହୋଇଥିବା ବେଳେ ୩୧ ତାରିଖ ରେ ସାଇକଲ ରାଲି ସମେତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହେବ ବୋଲି କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି l ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟ ରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ।
୧୯୦୫ ଅଗଷ୍ଟ ୨୯ରେ ପ୍ରୟାଗରାଜରେ ଧ୍ୟାନଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ମେଜର ଧ୍ୟାନଚାନ୍ଦ ସିଂହ। ସେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ ମସିହାରେ ସୈନିକ ଭାବେ ବ୍ରିଟିଶ ସେନାରେ ସାମିଲ ହୋଇଥିଲେ। ୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ହକି କ୍ୟାରିୟରରେ ଧ୍ୟାନଚାନ୍ଦ ପାଖାପାଖି ୧୮୫ଟି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୨୮ର ଆର୍ମଷ୍ଟରଡ୍ୟାମ୍‌ ଅଲମ୍ପିକ୍ସ, ୧୯୩୨ ମସିହାର ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସ ଓ ୧୯୩୬ ଜର୍ମାନୀର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ ସେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ।
ସେ ତାଙ୍କ ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍‌ ଦେଇ ଅପ୍ରତିଦ୍ବନ୍ଦ୍ବୀ ପାଲଟିଥିଲେ। କେବଳ ଭାରତ ନୁହେଁ, ସାରା ପୃଥିବୀରେ ତାଙ୍କ ଅଦ୍ବିତୀୟ ଖେଳର ଅଗଣିତ ପ୍ରଶଂସକ ଥିଲେ। ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରିଥିଲା। ହକି ଦୁନିଆରେ ମେଜର ଧ୍ୟାନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ଅତୁଳନୀୟ। ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *