December 24, 2025
Home » ନକଲି ଦେୱାର ହଟାଅ ସାଂଗଠନିକ ବୈଠକ

ନକଲି ଦେୱାର ହଟାଅ ସାଂଗଠନିକ ବୈଠକ

0
WhatsApp Image 2025-11-17 at 11.34.17 AM

ସୁବର୍ଣ୍ଣପୁର: ଅଲ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ( AOSCO) ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅନ୍ତର୍ଡ଼ା କଲ୍ୟାଣ ମଣ୍ଡପ ଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆମ୍ବେଦକର ସାମାଜିକ ସେବା ସଂଘ ର ସଭାପତି ବୈକୁଣ୍ଠ ନାଥ ବାରିକ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ୧୫୦ ତମ ଜୟନ୍ତୀ ଅବସରରେ ବିର୍ସା ମୁଣ୍ଡା ଏବଂ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ତଥା ପୁଷ୍ପମାଲ୍ୟ ଅର୍ପଣ ପରେ ସୁବର୍ଣ୍ଣପୁର ଜିଲ୍ଳାର ଯୁବ ଆଇନଜୀବୀ କୁଶୁଲେଶ୍ୱର ସୁନା ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେବା ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା କାର୍ଯ୍ଯ ପରିଚାଳନା କରିଥିଲେ । କଟକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠନ ର ସଭାପତି ଇଂ ଅଲେଖ ଚନ୍ଦ୍ର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ହଟାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ବୌଦ୍ଧ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ସଙ୍ଗଠନର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ର ନକଲି ଦେୱାର ମାନଙ୍କ ଅନୁସୂଚିତ ଜାତି ତାଲିକା ରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବେ ସାମିଲ ସହିତ ଅନୁପ୍ରବେଶ କରି ହଡ଼ପ କରୁଥିବା ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ବରଗଡ଼ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ସଂଗଠନର ବରିଷ୍ଠ ଉପ ସଭାପତି ମିଖାଇଲ ସୁନା ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥା ସହିତ ରାଜରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷଣ ର ସୁରକ୍ଷା ଉପରେ ଲଢ଼େଇ ଜାରି ରଖିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ସଂଗଠନର ଉପ ସଭାପତି ଅର୍ଜ୍ଜୁନ ମୁଗ୍ରୀ , ବରଗଡ଼ ଜିଲ୍ଲାର ବରିଷ୍ଠ ସମାଜସେବୀ ଜୀବର୍ଦ୍ଧନ ହାତୀ , ବୌଦ୍ଧ ଜିଲ୍ଲାର ପୂର୍ବତନ ସରପଞ୍ଚ ବ୍ରହ୍ମା ସୁନା , ସୁବର୍ଣ୍ଣପୁର ଜିଲ୍ଲା ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ମାଧବ କୁମ୍ଭାର , ବରିଷ୍ଠ ସମାଜସେବୀ ମୁନିଲାଲ୍ ମହାନନ୍ଦ , ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସମାଜସେବୀ ବାଳି ଚରଣ ବାରିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଅନୁସୂଚିତ ଜାତି (ଏସ ସି ) ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବାଘ , ଉଲୁଣ୍ଡା ବ୍ଲକ ର ବରିଷ୍ଠ ସମାଜସେବୀ ନାରାୟଣ ହରିପାଲ , ତରଭା ବ୍ଲକ ର ବରିଷ୍ଠ ସମାଜସେବୀ ପରମେଶ୍ବର ବାଗ ଏବଂ ବଲାଙ୍ଗିର ଜିଲ୍ଲାର ଯୁବ ସମାଜସେବୀ ଓମ୍ ପ୍ରକାଶ ମୁଗ୍ରୀ ଯୋଗଦେଇ ବାବାସାହେବ ଙ୍କ ସାମ୍ବିଧାନିକ ଅଧିକାର ଏବଂ ଅନୁସୂଚିତ ଜାତି (ଏସ ସି) ତାଲିକା ରେ କେ ଡି କେ ମାନଙ୍କ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସମାଜସେବୀ ବାସୁଦେବ କୁମ୍ଭାର , ମନୋଜ୍ ନାଗ , ପ୍ରଭଞ୍ଜନ ହରିପାଲ , ଦୀନବନ୍ଧୁ ହରିପାଲ , ପ୍ରଦୀପ ନାଏକ , ଗରିବ ବାଗ , ତ୍ରିନାଥ ସୁନା , ଚିତ୍ତ ରଞ୍ଜନ ମହାନନ୍ଦ , ସମୀର ନାଗ , ତ୍ରିଲୋଚନ ସୁନା , ଫକୀର ସୁନା , ମକୁନ୍ଦ ବିଶ୍ଵାଳ , ପ୍ରକାଶ ତାଣ୍ଡି , ସୁଦାମ ବାଗ , ଆଦିତ୍ୟ ବାରିକ , ଗୋବିନ୍ଦ ତାଣ୍ଡି , ଯୁଗଳ ତାଣ୍ଡି , ଅନୀଲ ମହାନନ୍ଦ , ଶ୍ୟାମ ସୁନ୍ଦର ତାଣ୍ଡି , ଯଦୁମଣି ତାଣ୍ଡି , ଲଳିତ ମହାନନ୍ଦ , ଶିବ ଶଙ୍କର ବିଭାର , ସାର୍ତ୍ତିକ ନାଗ , ଇନ୍ଦ୍ରମଣି ଜାଲ , ଯଜ୍ଞେଶ୍ଵର ହରିପାଲ ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବୌଦ୍ଧ ଜିଲ୍ଲାର ଯୁବ ସମାଜସେବୀ ଜୟରାମ ହରିପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *