ନନ୍ଦପୁର ଥାନା ଅନ୍ତର୍ଗତ ଖୁଡ଼ୁବି ଛକ ନିକଟରେ ଦଂପତିଙ୍କୁ ଆକ୍ରମଣ ଘଟଣା ନେଇ ସାମ୍ବାଦିକ ସମ୍ମିଳନୀ :ତିନି ଅଭିଯୁକ୍ତ ଗିରଫ
କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଏକ ଦମ୍ପତିଙ୍କୁ କିଛି ଦୁର୍ବୃତ ୦୪/୧୧/୨୪ ତାରିଖରେ ଗଛରେ ବାନ୍ଧି ସ୍ବାମୀ ସମ୍ମାନରେ ସ୍ତ୍ରୀକୁ ଗଛରେ ବାନ୍ଧି ସମସ୍ତ ଗୋହଣା ଅଳଙ୍କାର ଲୁଟ ସହ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ନନ୍ଦପୁର ପୋଲିସ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ନନ୍ଦପୁର ଏଡିପିଓ ମନବ୍ରତୀ ଶତପଥୀ ।
ଏଡିପିଓଙ୍କ ସୂଚନା ଅନୁଯାୟୀ ସୋମବାର ଦିନ ଏକ ଦମ୍ପତି କାମ ସାରି ଘରକୁ ଫେରିବା ସମୟରେ କିଛି ଦୁବୃର୍ତ୍ତ ନନ୍ଦପୁର ଥାନା ଅନ୍ତର୍ଗତ ଖୁଡ଼ୁବି ଛକ ହନ୍ଦଲ ତୋଟା ନିକଟରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ସ୍ବାମୀଙ୍କୁ ଗଛରେ ବାନ୍ଧି ତାଙ୍କ ସମ୍ମୁଖରେ ଲମତାପୁଟ ବ୍ଲକର କୁମ୍ଭାରଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରାଙ୍କ ପତ୍ନୀ ସାବିତ୍ରୀ ଖରାଙ୍କୁ ମଧ୍ୟ ଗଛରେ ବାନ୍ଧି ନିର୍ମମ ହତ୍ୟା କରି ତାଙ୍କ ଦେହରେ ଥିବା ସମସ୍ତ ଗହଣା ଲୁଟ ହୋଇଥିଲା । ଏହା ପରେ ଉକ୍ତ ଘଟଣା ନେଇ ନନ୍ଦପୁରର ହରିୟାମୁଣ୍ଡା ଗ୍ରାମର କେଶବ ଖରାଙ୍କ ପୁଅ ପୁର୍ବ ଖରା (୫୦ ) ନନ୍ଦପୁର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଆଧାରରେ ୦୫/୧୧/୨୪ ସକାଳ ୦୬.୫୦ରୁ ପୋଲିସ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ଉକ୍ତ ସମସ୍ତ ଘଟଣାର ମୁଖ୍ୟ ଖଳନାୟକ ମୃତ ସ୍ତ୍ରୀର ସ୍ବାମୀ ମହେନ୍ଦ୍ର ଖରାଙ୍କ ନିଜେ ବୋଲି ଏଡିପିଓ ସୂଚିତ କରିଛନ୍ତି ।
ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ୭ମାସ ପୂର୍ବେ ମହେନ୍ଦ୍ର ଲମତାପୁଟ ବ୍ଲକର କୁମ୍ଭାରଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ଝିଅ ଶାବିତ୍ରି ଖରାଙ୍କୁ ବିବାହ କରିଥିଲା l ବିବାହ ପର ଦିନଠାରୁ ସାବିତ୍ରୀଙ୍କ ସହ ବୈବାହିକ ସମ୍ପର୍କ ନିତି ଅଶାନ୍ତିର ସହ ବିତୁଥିଲା । ଏ ନେଇ ଆଠ ଦିନ ତଳେ ଅଭିଯୁକ୍ତ ସ୍ବାମୀ ମହେନ୍ଦ୍ର ତା ସହଯୋଗୀଙ୍କୁ ସମସ୍ତ ବିଷୟରେ କହି ସ୍ତ୍ରୀ ସାବିତ୍ରୀ କୁ ଚିର ଦିନପାଇଁ ହଟାଇ ନୂତନ ଜୀବନ ପାଇଁ ଯୋଜନା କରିଥିଲା । ସୋମବାର ଦିନ ମହେନ୍ଦ୍ର ସ୍ତ୍ରୀ ସାବିତ୍ରୀଙ୍କ ସହ ସୁଭଦ୍ରା ଯୋଜନା ଆବେଦନ ସକାଶେ ଆଧାର କାର୍ଡ ଅପଡେଟ ପାଇଁ ନିଜ ଗାଁ ହରିଆମୁଣ୍ଡାରୁ ନନ୍ଦପୁର ବାଇକରେ ନେଇଥିଲା ।କାମ ସାରି ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ସଂଧ୍ୟା ସାଢ଼େ ୫ଟା ରୁ ୭ଟା ମଧ୍ୟରେ ଖୁଡୁବି ଛକ ନିକଟରେ ୫ଜଣ ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କ ବାଇକ୍ ଅଟକାଇବା ସହିତ ଦୁହିଁଙ୍କୁ କାବୁ କରି ମହେନ୍ଦ୍ରଙ୍କୁ ମାଡ଼ ମାରି ଏକ ଗଛରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ହିଁ ସ୍ତ୍ରୀର ସୁନା ଗହଣା ଲୁଟି ନେବା ପରେ ସ୍ତ୍ରୀକୁ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିବା ନେଇ ମହେନ୍ଦ୍ର ପୋଲିସକୁ କହିଥିଲେ। କିନ୍ତୁ ନନ୍ଦପୁର ପୋଲିସ ଅଭିଯୁକ୍ତର ସିଡିଆର ରିପୋର୍ଟ ଅନୁଯାୟୀ ପୋଲିସ ସ୍ବାମୀ ମହେନ୍ଦ୍ରର ଗତିବିଧି ଚଳନ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସଂଦେହ ପ୍ରକାଶ କରିଥିଲା। ନନ୍ଦପୁର ଥାନା ଭାରାପ୍ରାପ୍ତ ଥାନା ଅଧିକାରୀ ପାଣ୍ଡବ ଶବର ଓପିଏସ ଙ୍କ ନେତୃତ୍ୱରେ ଇନ୍ସପେକ୍ଟର ମମତା ପଣ୍ଡା ,ଏଏସଆଇ ଗୁପ୍ତେଶ୍ବର ଗୌଡ଼ ସହ ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରି ତଦନ୍ତ ସମୟରେ ସମସ୍ତ ଗୁମର ଖଳି ପାଇଥିଲେ। ପରିଶେଷରେ ସ୍ବାମୀ ନିଜେ ହିଁ ମୁଖ୍ୟ ଖଳ ନାୟକ ବୋଲି ପୋଲିସ ଜାଣି ପାରିଥିଲା। ପୋଲିସ ସୂଚନା ମୁତାବକ ସୋମବାର ଦିନ ସନ୍ଧ୍ୟାରେ ନନ୍ଦପୁର ରୁ ଦୁଇକିଲୋମିଟର ଦୂରରେ ଥିବା ଜଙ୍ଗଲରେ ସ୍ତ୍ରୀକୁ ଓହ୍ଲାଇ ପୂର୍ବ ଯୋଜନା ଅନୁଯାୟୀ ପ୍ରସ୍ତୁତ ଥିବା ସହଯୋଗୀ ଅଭିଯୁକ୍ତ ମହେଶ ମାଳି(୨୧) ଓ ସୋମନାଥ ଭୋଇ(୧୯) ସାବିତ୍ରୀଙ୍କ କାଠ ଫଳିଆରେ ଶକ୍ତ ଆକ୍ରମଣ କରି ସ୍ବାମୀ ସହ ମିଶି ଏକ ବ୍ରିଜ ନିକଟରେ ଫପଡ଼ି ଦେଇଥିଲେ। ତାପରେ ସ୍ବାମୀ ନିଜେ ସ୍ତ୍ରୀ ସବିତ୍ରିକୁ ଗଛରେ ବାନ୍ଧି ସମସ୍ତ ଗହଣା ଦେହରୁ କାଢି ଦେବା ପରେ ମହେନ୍ଦ୍ର ନିଜେ ନିଜକୁ ଦୁଇ ସହଯୋଗୀ ସାଙ୍ଗଙ୍କୁ କହି ଗଛରେ ବାନ୍ଧି ହୋଇଥିଲା। ଏହାକୁ ଆକ୍ରମଣ ସହ ଗହଣା ଲୁଟ ର ରୂପ ଦେଇ ଘଟଣାଟିକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତମାନେ । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ସବିତ୍ରିର ମର ଶରୀରକୁ ନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସ୍ୱାମୀ ମହେଦ୍ରକୁ ପଚରାଉଚରା ସହ ମୋବାଇଲ ଫୋନ ଯାଞ୍ଚ କରିବା ସମୟରେ ଅସଲି କଥା ପୋଲିସ ଜାଣିବାକୁ ପାଇଥିଲା । ଦୁଇ ସାଙ୍ଗ ଖୁଡିବି ଗ୍ରାମର ମହେଶ ମାଲି ଏବଂ ସୋମନାଥ ଭୋଇଙ୍କୁ ସେହି ସମୟରେ ଫୋନ କରି ଡାକି ଗୋଟିଏ ସ୍ଥାନରେ ତିନି ଜଣ ଏକତ୍ରିତ ହେବା ଏହା ଏକ ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ ଷଡଯନ୍ତ୍ର ମୂଳଚିତ୍ର ପୋଲିସ ନଜରକୁ ତଦନ୍ତ ସମୟରେ ଜାଣିବା ସହ ଅଭିଯୁକ୍ତମାନେ ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ମାଡ଼ ମାରିବା ସହ ଗଛରେ ବାନ୍ଧି ଦେଇ ତାଙ୍କ ପତ୍ନୀକୁ ହତ୍ୟା କରିଥିବା ନେଇ ପୋଲିସ କହିବା ସହ ଏହା ଏକ ବଡ଼ ସଫଳତା ପାଇଥିବା ନେଇ ସୁନାବେଡା ଏସଡିପିଓ ମନବ୍ରତୀ ଶତପଥୀ କହିଥିଲେ ।
ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହାରିଆମୁଣ୍ଡା ଗ୍ରାମର ସ୍ବାମୀ ମହେନ୍ଦ୍ର ଖରା (୨୧) ସହ ତାର ସହଯୋଗୀ ମହେଶ ମାଳି(୨୧) ଓ ସୋମନାଥ ଭୋଇ(୧୯)ଙ୍କୁ ମଙ୍ଗଳବାର ଦିନ ନନ୍ଦପୁର ପୋଲିସ ଗିରଫ କରି ତାଙ୍କ ନିକଟରୁ ଏକ ହିରୋ ହୋଣ୍ଡା (ଓଡି ୧୦ଏମ ୦୧୨୯),ପୀଡିତା ଏବଂ ଅଭିଯୁକ୍ତର ଜୋତା (ଚପଲ),ପୀଡିତାଙ୍କର ଏକ ଲାଲ୍ ପର୍ସ ,ଦୁଇଟି କାଠ ବାଡ଼ି,ଏକ ଦଉଡି,ଏକ ଭିଭୋ ମୋବାଇଲ୍ ଜବତ କରିଛି ପୋଲିସ।
ନନ୍ଦପୁରର ହରିୟାମୁଣ୍ଡା ଗ୍ରାମର କେଶବ ଖରାଙ୍କ ପୁଅ ପୁର୍ବ ଖରା (୫୦ ) ନନ୍ଦପୁର ପୋଲିସ ଷ୍ଟେସନରେ ଉକ୍ତ ଘଟଣା ପରେ ଏକ ଲିଖିତ ଅଭିଯୋଗ ପରେ ୦୫/୧୧/୨୪ ସକାଳ ୦୬.୫୦ରୁ ପୋଲିସ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚାଟିବାରେ ସଫଳ ହୋଇଥିଲା ।
ନନ୍ଦପୁର ପୋଲିସ ପିଏସ କେସ ୧୨୨ତା:୦୫/୧୧/୨୪ ୟୁ/ଏସ -୧୦୩(୧) ବିଏନେଏସ ଅନୁଯାୟୀ ଏକ ମାମଲା ରୁଜୁ କରିଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ