ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ସମ୍ପାଦକ
୨୦୨୬ ନୂଆବର୍ଷ ଅବସରରେ ସମ୍ବାଦ ସରବରାହ ସଂସ୍ଥା ଇପିଏ, ଇପିଏଉଇକ୍ଲି, ଇପିଏ ପୋର୍ଟାଲ ଓ ୱେବ୍ର ର ସମ୍ପାଦକ ଶ୍ରୀମତୀ ଅଞ୍ଜଳି ମିଶ୍ର ଆଜି ବହୁ ରାଜନୈତିକ ନେତା ଓ ବୁଦ୍ଧିଜୀବିଙ୍କୁ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ,

ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ରାଜ୍ୟ ପ୍ରଦେଶ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ,

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ।

ସମ୍ପାଦକ ଶ୍ରୀମତୀ ମିଶ୍ର ପୁଷ୍ପଗୁଚ୍ଛ ସହ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଗଣମାଧ୍ୟମର ସତ୍ୟ ଓ ନିରପେକ୍ଷତାକୁ ନେଇ କିଭଳି ଲୋକଙ୍କ ଆସ୍ଥା ଭାଜନ ହେବ ସେ ନେଇ ରାଜନେତାଙ୍କ ସହଯୋଗ କାମନା କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
